ଇସ୍ତଫା ଦେଲେ ଆନ୍ଧ୍ରର ସବୁ ମନ୍ତ୍ରୀ

ନୂଆଦିଲ୍ଲୀ,୭/୪: ଆନ୍ଧ୍ରପ୍ରଦେଶରେ ହଠାତ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି । ସମସ୍ତ ୨୪ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏସ.ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଜଗନମୋହନ ନିଜ ମନ୍ତ୍ରିମଣ୍ଡଳର ପୁନର୍ଗଠନ କରିବାକୁ ଯାଉଛନ୍ତି । ନୂଆ ମନ୍ତ୍ରିମଣ୍ଡଳ ଗଠନ ଆସନ୍ତା ଏପ୍ରିଲ ୧୧ ତାରିଖରେ ହୋଇପାରେ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବୁଧବାର ରାତିରେ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ସହ ବୈଠକ କରିଥିଲେ । ଏଥିରେ ମନ୍ତ୍ରିମଣ୍ଡଳ ପୂନର୍ଗଠନ ଉପରେ ଚର୍ଚ୍ଚା ହୋଇଥିଲା । ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରାଙ୍କୁ ସାମିଲ କରାଯିବ । ବର୍ତ୍ତମାନର ମନ୍ତ୍ରୀଙ୍କ ମଧ୍ୟରୁ ୪ରୁ ୫ ଜଣଙ୍କୁ ପୁନର୍ବାର ସ୍ଥାନ ମିଳିପାରେ ।

Comments (0)
Add Comment