ସମିତି ସଭ୍ୟ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି ପରାଜୟର ସାମ୍ନା କରିଛନ୍ତି । ହିନ୍ଦୋଳ ବ୍ଲକର ଗିରିଧାରୀ ପ୍ରସାଦ ପଞ୍ଚାୟତରୁ ସେ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ଯେଉଁ ଆସନ ସଂରକ୍ଷିତ ରହିଥିଲା । ଶ୍ରୀମତୀ ବେହେରା ହିିନ୍ଦୋଳ ଆସନରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ବିଜେଡ଼ି ବିଧାୟିକା ଥିଲେ । ସେ ନବୀନ ସରକାରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ।ପ୍ୟାରୀମୋହନ ମହାପାତ୍ରଙ୍କ ସହ ଲିଙ୍କ ଓ ମଧ୍ୟରାତ୍ର ଷଡ଼ଯନ୍ତ୍ର କାରଣରୁ ତାଙ୍କୁ ଦଳରୁ କୋଣଠେସା କରି ଦିଆଯାଇଥିଲା ।

Comments (0)
Add Comment