ଖୁବଶୀଘ୍ର ଆରମ୍ଭ ହେବ ୫-ଜି ସେବା, ଗାଁରେ ପହଞ୍ଚିବ ଅପ୍ଟିକାଲ୍‌ ଫାଇବର

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଦେଶରେ ୫ଜି ଏବଂ ଅପ୍ଟିକାଲ ଫାଇବର ସେବା ବିଷୟରେ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୨୦୨୨-୨୩ ବର୍ଷରେ ୫ଜ ମୋବାଇଲ୍‌ ସେବା ପାଇଁ ସ୍ପ୍ରେକ୍ଟ୍ରମ୍‌ ନିଲାମ ହେବ । ଏହା ପରେ ଘରୋଇ ଟେଲିକମ୍‌ କମ୍ପାନୀଗୁଡ଼ିକ ଦେଶରେ ୫ଜି ସେବା ଆରମ୍ଭ କରିବାକୁ ସକ୍ଷମ ହେବେ । ୫ଜି ସେବା ଆରମ୍ଭ ହେବା ପରେ ଉପଭୋକ୍ତାମାନେ ସେମାନଙ୍କର ୫ଜି ସ୍ମାର୍ଟଫୋନ୍‌ କୁ ଭଲ ଭାବରେ ବ୍ୟବହାର କରିବାକୁ ସମର୍ଥ ହେବେ । ଆହୁରି ମଧ୍ୟ ୫ଜିର ଆଗମନ ସହିତ ସମଗ୍ର ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ହାଇ-ସ୍ପିଡ୍‌ ନେଟ୍‌ ସର୍ଫିଙ୍ଗ୍‌ ଏବଂ ଫାଷ୍ଟ ଭିଡିଓ ଷ୍ଟ୍ରିମିଂର ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ପାଇବେ ।
୨୦୨୫ ସୁଦ୍ଧା ଅପ୍ଟିକାଲ୍‌ ଫାଇବର ସମସ୍ତ ଗ୍ରାମରେ ପହଞ୍ଚିବ
୨୦୨୫ ସୁଦ୍ଧା ଦେଶର ସମସ୍ତ ଗ୍ରାମରେ ଅପ୍ଟିକାଲ ଫାଇବର ପହଞ୍ଚିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସମସ୍ତ ଗ୍ରାମରେ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଅପ୍ଟିକାଲ୍‌ ଫାଇବର ଯୋଗାଇବା ପାଇଁ ପିପିପି ଅର୍ଥାତ୍‌ ପବ୍ଲିକ୍‌ ପ୍ରାଇଭେଟ ପାର୍ଟନରସିପ୍‌ ମାଧ୍ୟମରେ ଚୁକ୍ତିନାମା ହେବ । ଅପ୍ଟିକାଲ୍‌ ଫାଇବରର ଆଗମନ ଦେଶର ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳରେ ସୁଲଭ ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ୍‌ ସେବା ପାଇଁ ଗବେଷଣା ଏବଂ ବିକାଶକୁ ମଧ୍ୟ ବୃଦ୍ଧି କରିବ । ଦେଶର ପ୍ରତ୍ୟେକ ଗାଁକୁ ଅପ୍ଟିକାଲ ଫାଇବର ଯୋଗାଇବାର ଲକ୍ଷ୍ୟ ହେଉଛି ସରକାରଙ୍କ ଭାରତ ନେଟ ପ୍ରକଳ୍ପର ଏକ ଅଂଶ ।

ଦେଶରେ ଯଥାଶୀଘ୍ର ୫ଜି ସେବା ଆରମ୍ଭ କରିବାର ଦାୟିତ୍ୱ ବର୍ତ୍ତମାନ ଟେଲିକମ୍‌ କମ୍ପାନୀ- ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍‌-ଆଇଡିଆ ଉପରେ ରହିବ । ଗ୍ରାମୀଣ ତଥା ଦୁର୍ଗମ ଅଞ୍ଚଳରେ ସୁଲଭ ମୂଲ୍ୟରେ ବ୍ରଡବ୍ୟାଣ୍ଡ ଏବଂ ମୋବାଇଲ ସେବା ଯୋଗାଇବା ପାଇଁ ୟୁନିଭର୍ସାଲ ସର୍ଭିସ ବାଧ୍ୟତାମୂଳକ ପାଣ୍ଠିର ୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସର୍ବପ୍ରଥମେ ଏହି ସହରଗୁଡିକରେ ଆରମ୍ଭ ହୋଇପାରେ ୫ଜି ସେବା
ଏହାପୂର୍ବରୁ ଏକ ରିପୋର୍ଟରେ ଦେଶର ୧୩ ଟି ସହରରେ ପ୍ରଥମ ୫ଜି ସେବା ଆରମ୍ଭ ହୋଇପାରିବ ବୋଲି ସରକାର କହିଥିଲେ । ଟେଲିକମ୍‌ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଏୟାରଟେଲ୍‌, ଜିଓ ଏବଂ ଭୋଡାଫୋନ୍‌ ଆଇଡିଆ ସମେତ ଟେଲିକମ୍‌ ସେବା ପ୍ରଦାନକାରୀମାନେ ଗୁରୁଗ୍ରାମ, ବେଙ୍ଗାଲୁରୁ, କୋଲକାତା, ମୁମ୍ବାଇ, ଚଣ୍ଡିଗଡ଼, ଦିଲ୍ଲୀ, ଜାମନଗର, ଅହମ୍ମଦାବାଦ, ଚେନ୍ନାଇ, ହାଇଦ୍ରାବାଦ, ଲକ୍ଷେ୍ନା÷÷, ପୁଣେରେ ୫ଜି ଟ୍ରାଏଲ୍‌ ସାଇଟ୍‌ ସ୍ଥାପନ କରିଛନ୍ତି । ମେଟ୍ରୋ ଏବଂ ବଡ ସହରଗୁଡିକରେ, ୫ଜି ସେବା ପ୍ରଥମେ ୨୦୨୨ ରେ ଆରମ୍ଭ ହେବ । ବିଭାଗ ଅନୁଯାୟୀ ଏହି ପରୀକ୍ଷା ପ୍ରକଳ୍ପ ପାଇଁ ୨୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Comments (0)
Add Comment