ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି ସିଏସକେ ବୋଲର

ନୂଆଦିଲ୍ଲୀ; ଚଳିତ ଆଇପିଏଲରେ ବିଜୟଧାରାକୁ ଫେରିଥିବା ଚେନ୍ନାଇରେ ବ୍ରେକ୍ ଲାଗିଛି । ଲକ୍ଷ୍ନୌରେ ଅଟକିଲା ଚେନ୍ନାଇ ଏକ୍ସପ୍ରେସ୍ । ଏହି ମ୍ୟାଚରେ ଶସ୍ତା ସାବ୍ୟସ୍ୟ ହୋଇଥିଲେ ଅଂଶୁଲ କମ୍ବୋଜ । ଚେନ୍ନାଇ ସୁପର କିଙ୍ଗସର ଦ୍ରୁତ ବୋଲର ଅଂଶୁଲ କାମ୍ବୋଜ ଲକ୍ଷ୍ନୌ ବିପକ୍ଷରେ ମାତ୍ର ୨.୪ ଓଭରରେ ୬୩ ରନ ଦେଇଥିଲେ । ୧୬ ବଲ୍‌ରେ ୮ଟି ଛକା ଖାଇଥିଲେ । ଏହା ସହ ଲଜ୍ଜାଜନକ ରେକର୍ଡ ସ୍ଥାପନ କରିଛନ୍ତି ଅଂଶୁଲ ।​​​​​​​ ଆଇପିଏଲ ଇତିହାସରେ ଏମିତି କେବେ କେଉଁ ବୋଲରଙ୍କ ସହିତ ହୋଇନାହିଁ ।
ଅଂଶୁଲ କମ୍ବୋଜଙ୍କୁ ଗୋଟିଏ ବି ୱିକେଟ୍ ମିଳିନଥିଲା । ଏହି ଇନିଂସରେ କମ୍ବୋଜଙ୍କ ଇକୋନୋମି ୨୩.୬୦ ଥିଲା । ଏହା ସହିତ ତାଙ୍କ ନାମରେ ଅନେକ ଲଜ୍ଜାଜନକ ରେକର୍ଡ ଜଡ଼ିତ ଅଛି । ଲକ୍ଷ୍ନୌ ବିପକ୍ଷରେ ୭ ୱିକେଟ ପରାଜୟରେ କମ୍ବୋଜ ମାତ୍ର ୧୬ ବଲରେ ୬୩ ରନ୍ ଦେଇଥିଲେ । ଏହା ଆଇପିଏଲରେ ଜଣେ ସିଏସକେ ବୋଲରଙ୍କର ଶସ୍ତା ସ୍ପେଲ୍ । ଏହି ତାଲିକାରେ ଖଲିଲ ଅହମ୍ମଦ ଶୀର୍ଷରେ ଅଛନ୍ତି । ସେ ୨୦୨୫ରେ ଆରସିବି ବିପକ୍ଷରେ ୩ ଓଭରରେ ୬୩ ରନ୍ ଦେଇଥିଲେ ।
ଅଂଶୁଲ କମ୍ବୋଜ ଆଇପିଏଲ ଇତିହାସରେ ଦ୍ୱିତୀୟ ବୋଲର ଯିଏ ଗୋଟିଏ ମ୍ୟାଚରେ ୩ କିମ୍ବା ତାଠାରୁ କମ୍ ଓଭର ବୋଲିଂ କରି ୬୦ରୁ ଅଧିକ ରନ୍ ଦେଇଥିଲେ । ଏହି ତାଲିକାରେ ଅନ୍ୟ ବୋଲର ହେଉଛନ୍ତି ଖଲିଲ ଅହମ୍ମଦ ଯିଏ ୨୦୨୫ରେ ବେଙ୍ଗାଲୁରୁରେ ଆରସିବି ବିପକ୍ଷରେ ୬୫ ରନ୍ ଦେଇଥିଲେ । କମ୍ବୋଜ ପ୍ରଥମ ବୋଲର ଯିଏକି ଆଇପିଏଲରେ ୨ ଥର ଗୋଟିଏ ଓଭରରେ ୪ଟି ଛକା ଖାଇଥିଲେ । ନିକୋଲାସ ପୁରନ ୧୭ ତମ ଓଭରରେ ୪ଟି ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ମିଚେଲ୍ ମାର୍ଶ ପୂର୍ବରୁ ଇନିଂସର ପଞ୍ଚମ ଓଭରରେ ଲଗାତାର ୪ଟି ବଲରେ ୪ଟି ଛକା ମାରିଥିଲେ । ଅଂଶୁଲ ୨୩.୬୨ ଇକୋନୋମି ରେଟ୍‌ରେ ବୋଲିଂ କରିଥିଲେ । ଏହା ଆଇପିଏଲ୍ ଇତିହାସରେ ସର୍ବାଧିକ ଇକୋନୋମି ରେଟ୍।

anshul-kambobreaking newscricketIPL
Comments (0)
Add Comment