କନ୍ଧମାଳ ପୁଲିସ ପକ୍ଷରୁ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସାପତ୍ର

ଫୁଲବାଣୀ : କନ୍ଧମାଳ ପୁଲିସ୍ ପକ୍ଷରୁ ଏସ୍.ପି ଶୁଭେନ୍ଦୁ ପାତ୍ର ୧୨ ଜଣ ସ୍ଵେଚ୍ଛାସେବୀଙ୍କୁ ପ୍ରଶଂସା ପତ୍ର ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି। ଗତ ମଇ ୨୮ ତାରିଖ ରାତିରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଳିସାହି ନିକଟରେ ଏକଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ବହୁ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିଲେ। ପୁଲିସ୍ ସହିତ ଫିରିଙ୍ଗିଆ ଅଞ୍ଚଳର ୩ ଜଣ ସାଧାରଣ ନାଗରିକ ଏବଂ ଟିମ୍ ହ୍ୟୁମାନିଟି କନ୍ଧମାଳର ୯ ଜଣ ସ୍ଵେଚ୍ଛାସେବୀ ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହିତ ମୃତକଙ୍କ ଶବକୁ ଡ଼ାକ୍ତରଖାନା ପର୍ଯ୍ୟନ୍ତ ଆଣିବାରେ କରିଥିଲେ ସହଯୋଗ ସ୍ଵେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରି ପୁଲିସ ପକ୍ଷରୁ ପୁରସ୍କୃତ କରାଯାଇଛି । କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଥାନା ଅଧିକାରୀ ଓ ଅନ୍ୟ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

Comments (0)
Add Comment