ଅର୍ପଣ ଚାଉଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ ସୁଆର ମହାସୁଆର ନିଯୋଗ

ପୁରୀ : ଅର୍ପଣ ଚାଉଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛି ସୁଆର ମହାସୁଆର ନିଯୋଗ । ଶ୍ରୀମନ୍ଦିର ସମ୍ମୁଖରେ ଏନେଇ ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଏବଂ ସମ୍ପାଦକ ନାରାୟଣ ମହାସୁଆର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ବିକ୍ରୀ କିମ୍ବା ସ୍ଥାନାନ୍ତର ନୁହେଁ ବରଂ ଖରାପ ହୋଇଯାଇଥିବା ଚାଉଳକୁ ପ୍ରୋସେସିଙ୍ଗ ପାଇଁ ପରୀକ୍ଷାମୂଳକ ଭାବେ ମିଲକୁ ନିଆଯାଉଥିଲା । ଗତକାଲି ଅର୍ପଣ ଚାଉଳକୁ ନେଇ ବିଭ୍ରାନ୍ତିକର ଖବର ପ୍ରକାଶ କରଯାଇଥିଲା । ସୁଆର ମହାସୁଆର ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଶହ ଶହ କୁଇଣ୍ଟାଲ ଚାଉଳ ଗଚ୍ଛିତ ରହିବା କାରଣରୁ ତାହା ଧୀରେ ଧୀରେ ଖରାପ ହୋଇଯାଇଥିଲା । ତେଣୁ ତାହାକୁ ସଫା କରିବା ଦରକାର ଥିଲା । ଏ ସମ୍ପର୍କରେ ପ୍ରଶାସନ ସହିତ ଆଲୋଚନା କରାଯାଇ ଏହି ଚାଉଳ କୁ ପ୍ରସେଶିଂ ପାଇଁ ମିଲ୍‌କୁ ନିଆ ଯାଉଥିଲା । କିନ୍ତୁ ବିକ୍ରି ପାଇଁ ନୁହେଁ । ଏହା ଏକ ବିଭ୍ରାନ୍ତିକର କଥା ବୋଲି ନିଯୋଗର କର୍ମକର୍ତ୍ତା ସୂଚନା ଦେଇଥିଲେ । ପ୍ରୋସେଶିଂ ପରେ ଏହା ପ୍ରସାଦ ରନ୍ଧାରେ ବ୍ୟବହୃତ ହେବବୋଲି ନିଯୋଗ ସଦସ୍ୟ କହିଥିଲେ ।

Comments (0)
Add Comment