ଅରୁଣାଚଳ ପ୍ରଦେଶ ରାଜ୍ୟ ନିର୍ବାଚନ କମିଶନରଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ,୧୬/୧୨- ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଅରୁଣାଚଳପ୍ରଦେଶ ରାଜ୍ୟ ନିର୍ବାଚନ କମିଶନର ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଅରୁଣାଚଳପ୍ରଦେଶ ରାଜ୍ୟ ନିର୍ବାଚନ କମିଶନର ହାଗେ କୋଜୀନ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସି ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ କୋଣାର୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ପରେ ନିର୍ବାଚନ କମିଶନର ଶ୍ରୀ କୋଜୀନ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର କଳାକୃତି ବୁଲି ଦେଖିଥିଲେ । ସରକାରୀ ସ୍ୱୀକୃତିପ୍ରାପ୍ତ ଗାଇଡ ବିଶେଶ୍ୱର ଦାଶ ଅରୁଣାଚଳପ୍ରଦେଶ ରାଜ୍ୟ ନିର୍ବାଚନ କମିଶନର ଶ୍ରୀ କୋଜୀନଙ୍କୁ ସୂର୍ଯ୍ୟ ମନ୍ଦିରର ଇତିହାସ, ଐତିହ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ସମ୍ପର୍କରେ ବିଶଦ ଭାବରେ ଅବଗତ କରାଇଥିଲେ । ଏହି ଗସ୍ତ ସମୟରେ ଓଡିଶା ରାଜ୍ୟ ନିର୍ବାଚନ କମିଶନଙ୍କ ଉପସଚିବ ଆଜାଦ ହିନ୍ଦ ପ୍ରାଣିଗ୍ରାହୀ ଉପସ୍ଥିତ ଥିଲେ । କୋଣାର୍କ ଥାନା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।

Arunachal Pradesh State Election Commissioner visits Sun Templekonarksun templeସୂର୍ଯ୍ୟ ମନ୍ଦିର ପରିଦର୍ଶନ
Comments (0)
Add Comment