ପୁରୀ: କେନ୍ଦ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଚର୍ଚ୍ଚରେ ରହି ଆସିଛନ୍ତି ଅଶ୍ୱିନୀ ବୈଷ୍ଣବ । ନିଜ କାମ ଦ୍ୱାରା ଅନ୍ୟକୁ ପ୍ରଭାବିତ କରିବାରେ ଲାଗିଛନ୍ତି ଆ୍ବିନୀ । ତେବେ ଆଜି ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ପୁରୀର ଏକ ସ୍କୁଲକୁ ଯାଇ ପ୍ରଶଂସାର ପାତ୍ର ବନିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସ୍କୁଲ ପିଲାମାନେ ପଇଡ଼ ପିଇ ଖୋଳକୁ ସ୍କୁଲ ମଧ୍ୟରେ ପୋପାଡି ଦେଇଥିଲେ । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ପିଲାଙ୍କୁ କିଛି କହିବା ପରିବର୍ତ୍ତେ ଏହାକୁ ଡଷ୍ଟବିନ୍ରେ ଫିଙ୍ଗିଲେ ଅଶ୍ୱିନୀ ବୈଷ୍ଣବ । ତାଙ୍କର ଏଭଳି କାମକୁ ଦେଖି ସ୍କୁଲ ପରିସରରେ ପଡ଼ିଥିବା ପଇଡ଼ ଖୋଳକୁ ଆଣି ଡଷ୍ଟବିନ୍ରେ ଫିଙ୍ଗିଥିଲେ ପିଲାମାନେ ।
ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସ୍ବଚ୍ଛ ଭାରତ ମିଶନ ସମସ୍ତଙ୍କ ଜୀବନର ଏକ ଅଂଶ ହେବା ଆବଶ୍ୟକ ଏବଂ ସ୍ବଚ୍ଛତା ଆମର ଦୈନନ୍ଦିନ କାର୍ୟ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଜରୁରୀ ।
ସୂଚନା ମୁତାବକ, ଓଡ଼ିଶାର ଭୁବନେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳେ ପୁରୀର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଯାଇ ସ୍କୁଲ ପିଲାମାନଙ୍କୁ ଭେଟିଥିଲେ। ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ତାଙ୍କ ଅଭିଜ୍ଞତା ବାଣ୍ଟିଥିଲେ।