ଏଟିଏମ୍‌ ଲୁଟ୍‌ ଉଦ୍ୟମ ବିଫଳ, ଧରାପଡିଲେ ଲୁଟେରା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ର ବାଣୀଗୋଛା ବଜାରରେ ଥିବା ଏଟିଏମ୍‌ ଲୁଟ୍‌ ହେବାବେଳେ ଧରାପଡିଲେ ଲୁଟେରା । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ର ୧.୪୫ ମିନିଟରେ କେନ୍ଦ୍ରାପଡା ଅଂଚଳର ଦୁଇ ଲୁଟେରା ଗ୍ୟାସ୍‌ କଟର ସହିତ ଏକ କାରରେ ଆସି ଏଟିଏମ୍‌ ଲୁଟ୍‌ କରିବା ପାଇଁ ଉଦ୍ୟମ କରୁଥିବାବେଳେ ସ୍ଥାନୀୟ ଦୋକାନୀ ମାନେ ସନ୍ଦେହ କରି ବାଣୀଗୋଛା ଥାନାକୁ ଖବର ଦେଇଥିଲେ ।

ଖବରପାଇ ଥାନାଧିକାରୀ ବୈଦ୍ୟନାରାୟଣ ଭୋଇ, ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଲୁଟେରାମାନଙ୍କୁ କାବୁ କରିଥିଲେ । ଆଜି ଅପରାହ୍ନରେ ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଣୀଗୋଛା ଥାନାଧିକାରୀ ଜଣାଇଛନ୍ତି ।

Comments (0)
Add Comment