ମଣ୍ଣିଂ ୱାର୍କ ଯାଇଥିବା ସମୟରେ ଲୁହା ରଡ୍‌ରେ ସାମ୍ବାଦିକଙ୍କୁ ଆକ୍ରମଣ କରି ମୋବାଇଲ ଛଡାଇନେଲେ ଦୁର୍ବୁତ୍ତ

ଭୁବନେଶ୍ୱର : ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ । ଆହତ ସାମ୍ବଦିକ ଜଣଙ୍କ ସତ୍ୟସୁନ୍ଦର ଭଞ୍ଜ ବୋଲି ଜଣାଯାଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ମିିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଡେଲଟା ସ୍କୋୟାର ନିକଟରେ ସକାଳେ ବୁଲିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ସତ୍ୟଙ୍କୁ ତାଙ୍କର ମୋବାଇଲ ମାଗିଥିଲେ । ସତ୍ୟ ମୋବାଇଲ ଦେବାକୁ ମନା କରିବାକୁ ଦୁବୁତ୍ତ ଦ୍ୱୟ ତାଙ୍କୁ ଏକ ଲୁହା ରଡ୍ ରେ ଆକ୍ରମଣ କରି ମୋବାଇଲ ନେଇଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଭଞ୍ଜାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି। ସେ ଏକ ଖବରକାଗଜର ପାଶ୍ଚାତ୍ୟ ସଂସ୍କରଣର ବ୍ୟୁରୋ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଆଜି ସକାଳେ ତାଙ୍କୁ କିଛି ଦୁଷ୍କର୍ମକାରୀଙ୍କ ଦ୍ୱାରା ନିର୍ଦ୍ଦୟ ଭାବେ ଆକ୍ରମଣ କରାଯାଇଥିଲା ବୋଲି ଭଞ୍ଜଙ୍କ ସାନ ଭାଇ କହିଛନ୍ତି। ସୌଭାଗ୍ୟବଶତ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନଚେତ୍ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଥାନ୍ତା। ଡାକ୍ତରଖାନାର ଡାକ୍ତରଙ୍କ ଠିକ୍ ସମୟରେ ଚିକିତ୍ସା ହେତୁ ସେ ସ୍ଥିର ଅଛନ୍ତି ଏବଂ ବର୍ତ୍ତମାନ କଥା ହୋଇପାରିବେ ବୋଲି ସେ କହିଛନ୍ତି।

Comments (0)
Add Comment