ଗିରଫ ଭୟ! ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବୁସାନ

କଟକ : ବଢୁଛି ଅଭିନେତା ବାବୁସାନଙ୍କ ଚିନ୍ତା । ତାଙ୍କୁ ଏବେ ଗିରଫ ଭୟ ଘାରିଲାଣି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାବୁଶାନ । ହାଇକୋର୍ଟରେ ବାବୁସାନ ଆଜି ଆଗୁଆ ଜାମିନ ଆବେଦନ କରିଛନ୍ତି । ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାୟର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁସାନ । ତାଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଛି । ଗିରଫ ହେବା ଭୟରେ ସେ ହାଇକୋର୍ଟ ଯାଇଥିବା ଚର୍ଚ୍ଚା ହେଉଛି । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେ ପ୍ରକୃତି ଓ ବାବୁସାନ୍‌ଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ କରି ହାଜର ହେବା ପାଇଁ ନୋଟିସ୍‌ କରିଥିଲା । ହେଲେ ଦୁଇଦିନ ହେଲା ସେ ହାଜର ହେଉନଥିଲେ । ଆଜି ସେ ଭୁବନେଶ୍ୱରରେ ପହଞ୍ଚିଥିଲେ ମଧ୍ୟ ହାଜର ହୋଇ ନାହାନ୍ତି । ବାବୁସାନଙ୍କ ବିରୋଧରେ ଘରୋଇ ହିଂସା ଓ ଧମକ ଦେବା ପରି ଅଭିଯୋଗ ରହିଛି ।

Comments (0)
Add Comment