ସୁବର୍ଣ୍ଣପୁର ୨୦|୧୧: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଆଜି ସକାଳ ସମୟରେ ହସ୍ପିଟାଲରୁ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଖବର ସାମନାକୁ ଆସିଛି । ଜଣେ ମହିଳା ଏହି ଚୋରି କରିଥିବା ସୂଚନା ରହିଛି । ଶିଶୁ କନ୍ୟାକୁ ଧରିବା ବାହାନାରେ ନେଇ ଚମ୍ପଟ୍ ମାରିଛି ଏହି ମହିଳା ଚୋର । ବୀରମହାରାଜପୁର ଷଣ୍ଢାଗାଁର ପ୍ରସୂତି ଗତକାଲି ଏକ କନ୍ୟାକୁ ଜନ୍ମ ଦେଇଥିଲେ । ୱାର୍ଡରେ ଜାଗା ନଥିବାରୁ ବାରଣ୍ଡାରେ ନବଜାତ ସହିତ ପ୍ରସୂତି ଶୋଇଥିଲେ । ଏହି ସମୟରେ ଚୋରି ହୋଇଥିବା ଜଣାପଡ଼ିଛି । ନବଜାତ ଶିଶୁକନ୍ୟାର ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ୍ ପହଂଚି ଅଧିକ ତନାଘନା ଚଳାଇଛି । ଡ଼ାକ୍ତରଖାନାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରାଯାଉଛି । ଚୋରି ହେବା ସମୟରେ ଡ଼ାକ୍ତର,ନର୍ସ ଆଦି କଣ କରୁଥିଲେ ତାହାକୁ ନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ତେବେ ଏହି ଘଟଣାରେ ଜଣେ ନର୍ସଙ୍କ ହାତ ଥିବା ମଧ୍ୟ ସାଧାରଣସ୍ଥଳରେ ଚର୍ଚ୍ଚା କରାଯାଉଛି ।