ଛତୁ ଚାଷୀଙ୍କୁ ଭେଟିଲେ ବିଧାୟକ, ଟୀକା ନେବାପାଇଁ ସମସ୍ତେ ସମସ୍ତଙ୍କୁ ସଚେତନ କରିବାକୁ ଆହ୍ୱାନ

ବଲାଙ୍ଗୀର, ୧/୬(ହୀ.ପ୍ର)- ଦାଦନ ପାଇଁ ପରିଚିତ ବଲାଙ୍ଗୀର ଜିଲ୍ଲା ପୁଇଁତଳ।। ବ୍ଳକ ଆଠଗାଁର ଛତୁ ଚାଷୀ କାଳିନ୍ଦୀ ମାଝିଙ୍କ ଚାଷ ବୁଲି ଦେଖିବାସହ ତାଙ୍କ ସହ ଆଲୋଚନା କରିଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ । ଗତ ପ୍ରାୟ ବର୍ଷେ ହେଲା କରୋନା କାରଣରୁ ଜୀବିକା ପ୍ରଭାବିତ ହୋଇଛି । ଏଭଳି ସମୟରେ କମ୍‌ ଖର୍ଚ୍ଚରେ ପରିଶ୍ରମ କରି ପୁଆଳରୁ ଛତୁ ଉତ୍ପାଦନ କରି ଅନ୍ୟମାନଙ୍କ ପାଇଁ ବାଟ ଦେଖାଇଛନ୍ତି କାଳିନ୍ଦୀ । ବଲାଙ୍ଗୀର ଜିଲ୍ଲା ଓ ବାହାରେ ପୁଆଳ ଛତିର ଚାହିଦା ଯଥେଷ୍ଟ ଏବଂ ଆମ ଆବଶ୍ୟକତା ବାହାରୁ ପୂରଣ ହୁଏ । ଏଣୁ ସରକାରୀ ସ୍ତରରେ ଆଲୋଚନା କରିବେ ବୋଲି କହିଛନ୍ତି । ଗାଁ ମହିଳାମାନେ ପିଇବା ପାଣି ସମସ୍ୟା ସଂପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ମହାଲିଙ୍ଗ ଆଲୋଚନା କରି ସମସ୍ୟା ସମାଧାନ ପାଇଁ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ । ଏ ଗସ୍ତ ସମୟରେ ବିଧାୟକ ମହିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ କୋଭିଡ ୧୯ ଟିକାକରଣ ଅଗ୍ରଗତି ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଲୋକଙ୍କୁ ଟୀକା ନେବାପାଇଁ ଆଗେଇ ଆସିବା ସହ ସମସ୍ତେ ସମସ୍ତଙ୍କୁ ସଚେତନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।

Comments (0)
Add Comment