ବଲାଙ୍ଗୀର: ଓଳିଏ ବଜାର ବନ୍ଦ ଦରଦାମ ବଢିବା ଆଶଙ୍କା

ବଲାଙ୍ଗୀର,୨୭/୪- ଦିନ ୨ଟାପରେ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦଦେଇ ଦୋକାନବଜାର ବନ୍ଦ ରଖିବାକୁ ବଲାଙ୍ଗୀର ସହର ବ୍ୟବସାୟୀ ସଂଗଠନ ତରଫରୁ ନିଷ୍ପତି ନିଆଯାଇଛି । ଆସନ୍ତା ୨୮ତାରିଖରୁ ଉପର ଓଳି ବନ୍ଦ ରହିବ ଦୋକାନ ବଜାର । ସଂକ୍ରମଣ ଚେନ୍‌ ଭାଙ୍ଗିବ ଓ ଜୀବନ ଜୀବିକା ବିଶେଷ ପ୍ରଭାବିତ ହେବନାହିଁ ବୋଲି ଗତକାଲି ଅନୁଷ୍ଠିତ ବୈଠକ ପରେ ସୂଚନା ଦିଆଯାଇଛି । କିଛି ଲୋକ ବ୍ୟବସାୟୀଙ୍କ ପଦକ୍ଷେପକୁ ସ୍ୱାଗତ କରୁଥିବା ବେଳେ ଆଉ କିଛି ବଜାର ବନ୍ଦ ହେତୁ ଦରଦାମ ବଢିବ ଯାହା ସାଧାରଣ ଜନତା ପାଇଁ ବୋଝ ଉପରେ ନଳିତା ବିଡା ବୋଲି ମତ ପ୍ରକାଶ କରିଛନ୍ତି । ଲୋକଙ୍କ ଜୀବନ ପ୍ରତି ଦରଦ ପ୍ରକାଶ କରିଥିବା ବଣିକ ସଂଘ ଓ ସରକାର କଳାବଜାର ଓ ଲାଭଖୋର ବେପାରୀଙ୍କ ଉପରେ ନଜର ରଖିଲେ ବଣିକ ସଂଘର ନିଷ୍ପତିର ସୁଫଳ ମିଳିବ । ମହତ୍‌ ଉଦ୍ଦେଶ୍ୟ ଯେପରି ବାଟବଣା ନ ହେଉ ସଂଘ ଓ ପ୍ରଶାସନ ବେଆଇନ୍‌ ଦରଦାମ୍‌ ବୃଦ୍ଧି ହେବାକୁ ଦିଅନ୍ତୁ ନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Comments (0)
Add Comment