ବଲାଙ୍ଗୀର,୪/୬- ବଲାଙ୍ଗୀର ଠାରେ ପ୍ରଥମ ଅକ୍ସିଜେନ ବେଙ୍କ ଆରମ୍ଭ କରି ହୋମ୍ଆଇସୋଲେସନରେ ଥିବା ବଲାଙ୍ଗୀର ଜିଲ୍ଲାର ଗାଁ ଓ ସହରକୁ ଯୋଗାଇ ଆସୁଥିବା ରାଜ୍ୟର ଅନ୍ୟତମ ଅଗ୍ରଣୀ ସଂଗଠନ ବିଙ୍ଗ୍ ହ୍ୟୁମାନ ମାଧ୍ୟମରେ ଟାଟା ଗ୍ରୁପ ଅଫ କଂପେନିସ ତରଫରୁ ପ୍ରଥମ ପର୍ଯ୍ୟାୟ ରେ ୭ ଟି ଅକ୍ସିଜେନ କଂସେଣ୍ଟ୍ରାଟର ପ୍ରଦାନ କରାଯାଇଛି । ଏହି ଅବସରରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡ଼ଃ ମହେନ୍ଦ୍ର ନାଏକ, ଡ଼ଃ ଗିରିଜା ଉଦଗାତା, ଡ଼ଃ ଅର୍ଚ୍ଚନା ପଟ୍ଟନାୟକ, ହସ୍ପିଟାଲ ମେନେଜର ସୁଦିପ ଦତ୍ତ, ପ୍ରତ୍ୟୁଷ ପଟ୍ଟନାୟକ, ହେରାମ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ତାସହ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, ମୋହିତ ତ୍ରିପାଠୀ, ବାପିନା ମହାରଣା, ବୀରେନ୍ଦ୍ର ସାହୁ, କନ୍ଦର୍ପ ରଣା, ପିଙ୍କୁ ବରାଳ, ଶୁଭ୍ରାନ୍ତ ନନ୍ଦ, ଘନ ପଶାୟତ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ସବଡ଼ିଭିଜନ ଡାକ୍ତରଖାନାମାନଙ୍କୁ ମଧ୍ୟ କମ ଦିନ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । କେବଳ ମହାମାରୀ ସମୟରେ ନୁହେଁ ସବୁବେଳେ ଅନାଥ ଶବ ହେଉ ବା ରୋଗୀଦୁଃଖିଙ୍କ ପାଇଁ ଉଲ୍ଲେଖନୀୟ ସେବାକାର୍ଯ୍ୟ କରି ବିଙ୍ଗ ହ୍ୟୁମାନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କେବଳ ସହର ନୁହେଁ, ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଶହଶହ ଶିକ୍ଷିତ ଯୁବକ ଯୁବତୀ ମାନବ ସେବାକୁ ବ୍ରତକରି ସେବା ଜାରିରଖିଛନ୍ତି ।