ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ

ବଲାଙ୍ଗୀର,୧୩/୨- ମଣ୍ଡିରେ ଚାଷୀ ହଇରାଣ ହେଉଛି । ବଲାଙ୍ଗୀର ସମେତ ପଶ୍ଚିମ ଓଡିଶାରେ ଧାନର ଅଭାବୀ ବିକ୍ରି ସମସ୍ୟା ସମାଧାନରେ ବିଫଳ ରାଜ୍ୟ ସରକାରଙ୍କ ନୀତିର ପ୍ରତିବାଦ ଜଣାଇ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ତିନି ଘଣ୍ଡିଆ ରାସ୍ତା ଅବରୋଧ କରାଯାଇଛି । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ରୁଗୁଡିଖାଲ ଠାରେ ବଲାଙ୍ଗୀର- ସମ୍ବଲପୁର ଏନ୍‌ ଏଚ୍‌ , ଜିଲ୍ଲା ପରିଷଦ ସଭ୍ୟ ତଥା ସଂସଦ ପ୍ରତିନିଧି ରାଜକିଶୋର ନାଏକଙ୍କ ଓ ବିଜେପି ନେତୃବୃନ୍ଦ ସାତମାଇଲ ଛକ ଠାରେ ବଲାଙ୍ଗୀର-ସୋନପୁର ରାସ୍ତା ବନ୍ଦ କରିଥିଲେ । ଝାଙ୍କରପାଲି, ଦେଓଗା, ବହିରାସର ଆଦି ଅନେକ ସ୍ଥାନରେ ରାସ୍ତା ଉପରେ ପ୍ରଦର୍ଶନ କରିଛନ୍ତି । ଲୋକଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରି ବାରମ୍ବାର ବିଜେପି ମଣ୍ଡି ଅବ୍ୟବସ୍ଥା ସଂପର୍କରେ ଦୃଷ୍ଟି ଆକର୍ଷଣ ସତ୍ତେ୍ୱ ନିଦାବିଷ୍ଣୁୁ ସରକାର । ଏଣୁ ସରକାରଙ୍କୁ ଜଗାଇବା ପାଇଁ ଆଜି ବାଧ୍ୟହୋଇ ଚାଷୀ ରାଜରାସ୍ତାରେ, ସମସ୍ତ ଧାନ ନ ଉଠିଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ମହାଲିଙ୍ଗ ।

Comments (0)
Add Comment