ବଲାଙ୍ଗୀର,୭/୮- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ପୁଇଁତଳା ବ୍ଳକ କିରାଣୀଙ୍କ କାର୍ଯ୍ୟାଳୟ ଓ ଘରେ ଭିଜିଲାନ୍ସ ଚଢାଉ କରିଛି । ରବିନ୍ଦ୍ର କୁମାର ମହାନ୍ତିଙ୍କ ସ୍ଥାନୀୟ ସାଗରପଡା ବାସଭବନ ସହ ୫ଟି ସ୍ଥାନରେ ବଲାଙ୍ଗୀର ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ କରିଛି । ମହାନ୍ତିଙ୍କ ପତ୍ନୀ ଡାହିମାଲ ନୋଡାଲ ସରକାରୀ ୟୁ ପି ସ୍କୁଲ୍ ସହକାରୀ ଶିକ୍ଷୟତ୍ରୀ ମେଘମାଳା ପଟ୍ଟନାୟକଙ୍କ ନାମରେ ଥିବା ସ୍ଥାବର ଅସ୍ଥାବର ସଂପତ୍ତି ଯାଞ୍ଚ କରାଚାଲିଛି । ଭିଜିଲାନ୍ସ ସୂତ୍ରରୁ ଖବର ଅନୁସାରେ ଏପର୍ଯ୍ୟନ୍ତ ୨ଟି ତିନି ମହଲା ଓ ଗୋଟିଏ ଦୁଇ ମହଲା କୋଠାଘର, ୯ଟି ପ୍ଳଟ, ୨ଟି ଚାରିଚକିଆ ଓ ୨ଟି ଦୁଇ ଚକିଆ ଗାଡି ଏବଂ ୮ଲକ୍ଷ ୬ହଜାର ୭ଶହ ଟଙ୍କା ଠାବ କରାଯାଇଛି ।