ଗୋଟିଏ ଦିନରେ ବାଲିଗୁଡ଼ା ଅଞ୍ଚଳରେ ଦୁଇ ଦୁଇଟି ଦୁର୍ଘଟଣା ବାପ ଝିଅଙ୍କ ସମେତ ତିନିଜଣଙ୍କ ମୃତ୍ୟୁ

ବାଲିଗୁଡ଼ା, ୬/୭- ଆଜି ବାଲିଗୁଡା ପାଇଁ ଦୁର୍ଘଟଣାର ଦିନ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଯାଇଛି ଦୁଇ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ତିନି ଜଣ । ବାଲିଗୁଡ଼ା ଥାନା ତଗାକିଆ ୫୯ନଂ ଜାତୀୟ ରାଜପଥରେ ଟାଟା ମ୍ୟାଜିକ୍ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବା ବେଳେ ମିଡ଼ିଆକିଆ ଛକ ନିକଟରେ ମୋଟରସାଇକେଲ ଦୁର୍ଘଟଣାରେ ବାପା, ଝିଅଙ୍କ ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ତୁମୁଡ଼ିବନ୍ଧ ଅଞ୍ଚଳରୁ ବାପା,ମା ଓ ଝିଅ ନିଜ ମୋଟରସାଇକେଲ ଯୋଗେ ସାରଙ୍ଗଡ଼ ଅଭିମୁଖେ ବାହାରିଥିଲେ । କିନ୍ତୁ ବାଟରେ ଜଗିଥିବା ଜମ । ବିପରୀତ ଦିଗରୁ ମଦ୍ୟପାନ କରି ଦୃତ ଗତିରେ ଆସୁଥିବା ମୋଟରସାଇକେଲ ଚାଳକ ଉତ୍ସବ ମଲ୍ଲିକ ଧକ୍କା ହୋଇଥିଲା ସାମ୍ନା ପଟୁ ଆସୁଥିବା ମୋଟରସାଇକେଲକୁ । ଫଳରେ ଘଟଣାସ୍ଥଳରେ ବାପା ବିପ୍ରବର ସାହୁ ଓ ଝିଅ ଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ମା ରାଜଲକ୍ଷ୍ମୀ ସାହୁ ଗୁରୁତର ଆହତ ହୋଇଛନ୍ତି । ମଦ୍ୟପ ମୋଟରସାଇକେଲ ଚାଳକ ଉତ୍ସବ ମଲ୍ଲିକ ଓ ଗୁରୁତର ମା ରାଜଲକ୍ଷ୍ମୀ ସାହୁଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସାପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେପଟେ ବାଲିଗୁଡ଼ା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିବାସହ ତଦନ୍ତ ଆରମ୍ଭ କରିଛନ୍ତି ।

Comments (0)
Add Comment