ବାଲିଗୁଡ଼ା,୧୯/୧୧: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ସମାଜର ପରିବାର ମିଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ ବଳଦିଆ ତୈଳିକ ବୈଶ୍ୟ ସମାଜର ପ୍ରାୟ ୧୫୦ ପରିବାରର ଏକ ହଜାରରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥିଲା । ଏହି ପରିବାର ମିଳନ ଉତ୍ସବରେ ମୁଖ୍ୟଅତିଥି ମାନ୍ୟବର ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ଓ ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନନ୍ଦିନୀ ମଲ୍ଲିକ ଓ ସମ୍ମାନୀତ ଅତିଥିରୂପେ ତୁମୁଡିବନ୍ଧ ବ୍ଲକ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ ଏହି ଉତ୍ସବରେ ଯୋଗଦାନ କରି ବଳଦିଆ ତୈଳିକ ବୈଶ୍ୟ ସମାଜ କିପରି ଅଗ୍ରଣୀ ହୋଇ ଗଢି ତୋଳିବା ପାଇଁ ଆହ୍ୱାନ ଦେବାସହ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ମତ ପ୍ରକାଶ କରିଥିଲେ ତାହା ସହିତ ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ମହାସଙ୍ଘର ସଭାପତି ଶ୍ରୀଯୁକ୍ତ ଭାଗିରଥି ସାହୁ, ଉପଦେଷ୍ଟା ଅନ୍ତର୍ଯ୍ୟାମୀ ସାହୁ, କେନ୍ଦ୍ର ଉପସଭାପତି ଗଙ୍ଗାଧର ପୃଷ୍ଟି, କେନ୍ଦ୍ର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, କେନ୍ଦ୍ର କୋଷାଧକ୍ଷ ରାଜେନ୍ଦ୍ର କୁମାର ସାହୁ, ଏବଂ ଶ୍ରୀ ଶ୍ରୀ ରାମଚନ୍ଦ୍ର ସ୍ୱାମୀ ରିଷିଡା ସମିତିର ସମ୍ପାଦକ ପଦ୍ମକିଶୋର ସାହୁ, ମା ପାଟଖଣ୍ଡା ସମିତିର ସମ୍ପାଦକ ସୁଶାନ୍ତ କୁମାର ସାହୁ, ମାଁ ଭୀମା ଭୈରବୀ ଗ୍ରାମ୍ୟ ସମିତିର ଉପଦେଷ୍ଟାଗଣ, ସମ୍ପାଦକ ରଞ୍ଜନ କୁମାର ସାହୁ ଏବଂ ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ସମାଜର ଭବାନୀପାଟଣା, ରିଷିଡା, ବାଲିଗୁଡା, ବାରଖମା, ଫୁଲବାଣୀ, କୁର୍ତ୍ତମଗଡ ଓ ତୁମୁଡିବନ୍ଧର ବହୁ କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ଓ ଯୁବକଗଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସମାଜରେ ବସବାସ କରୁଥିବା ସମସ୍ତ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥିଙ୍କ ଦ୍ୱାରା ପ୍ରଦାନ କରିଥିଲେ । ନିଖିଳ ଉତ୍କଳ ବଳଦିଆ ତୈଳିକ ବୈଶ୍ୟ ସମାଜରେ ନାରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଉଅଛି ଯାହାକି ଏହି ପରିବାର ମିଳନ ଉତ୍ସବରେ ଦୁଇ ପଞ୍ଚାୟତର ସଭାନେତ୍ରୀ ଗଠନ କରାଯାଇଛି । ପରିଶେଷରେ ତୁମୁଡିବନ୍ଧ ସଭାପତି ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।