ପ୍ରଧାନମନ୍ତ୍ରୀ ବନ ଧନ ବିକାଶ ଯୋଜନାର ତାଲିମ ଶିବିରରେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳନ

ବାଲିଗୁଡ଼ା,୩/୧୦- ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ପରିଚାଳିତ ଟ୍ରାଇଫେଡ(ଟ୍ରାଇବଲ କୋପରେଟିଭ ମାର୍କେଟିଙ୍ଗ ଡେଭଲୋପମେଣ୍ଟ ଫେଡରେସନ ଅଫ ଇଣ୍ଡିଆ)ସଂସ୍ଥା ଆନୁକୂଲ୍ୟରେ ବ୍ରାହ୍ମଣୀ ଗାଁ ଥାନା ଅଞ୍ଚଳ ର ସରାମୁଳି ପଞ୍ଚାୟତରେ ଗତ କିଛିଦିନ ହେଲା ପ୍ରଧାନମନ୍ତ୍ରୀ ବନଧନ ଯୋଜନାର ତାଲିମ ଚାଲୁରହିଛି । ଉକ୍ତ ତାଲିମ ଶିବିରରେ ମହାତ୍ମାଗାନ୍ଧୀଙ୍କ ୧୫୨ତମ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି । ସ୍ଥାନୀୟ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଚନ୍ଦ୍ରଶେଖର ମାଝୀ, ପଞ୍ଚାୟତିରାଜ ବିଭାଗର ଯନ୍ତ୍ରୀ ଗୋପୀନାଥ ପଲେଇ ତାଲିମଦାତା ଜୀବନ୍ତ କୁମାର ନାୟକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମ ଆରମ୍ଭରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ଦୀପ ଧୂପ ଓ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ଉଭୟଙ୍କ ଅମର ଆତ୍ମାର ସଦ ଗତି ନିମନ୍ତେ ଦୁଇ ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କ ଦ୍ୱାରା ତାଲିମ କିଟ ପ୍ରଦାନ କରାଯାଇଥିଲା ।

Comments (0)
Add Comment