ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍‌ ଅଭିଯୋଗ, ଘଟଣାସ୍ଥଳରେ ପୋଲିସର ଛାନଭିନ

ବାଲିଗୁଡ଼ା,୬/୪: ଅଧରାତିରେ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟି ନେଲେ ଲୁଟେରା । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କୋଟଗଡ଼ରେ । କୋଟଗଡ଼ ଜଗନ୍ନାଥ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଲୁଟ୍‌ ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ସମେତ ପାଶ୍ୱର୍ ମନ୍ଦିରରୁ ଲକ୍ଷ୍ମୀ ମା’ଙ୍କ ସୁବର୍ଣ୍ଣଚିତା ଓ ବିମଳା ମା’ଙ୍କ ସୁବର୍ଣ୍ଣ ନାକଗୁଣା ମଧ୍ୟ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ସକାଳୁ ସକାଳୁ ସେବାୟତ ଚନ୍ଦ୍ରଶେଖର ପାଣିଗ୍ରାହୀ ମନ୍ଦିରକୁ ଯିବାପରେ ମନ୍ଦିର କବାଟ ଭାଙ୍ଗିଥିବା ଦେଖି ବଡ଼ ପଣ୍ଡା ଭଗବାନ ପଣ୍ଡାଙ୍କୁ ଜଣାଇଥିଲେ । ପରେ ବଡ଼ ପଣ୍ଡା ପରିଚାଳନା କମିଟିକୁ ଜଣାଇଥିଲେ । ଏହାପରେ ମନ୍ଦିରରେ କମିଟି ସଦସ୍ୟ ପହଞ୍ଚି ସବୁ ଦେଖିବାପରେ ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଁଚି ଛାନଭିନ୍‌ ଆରମ୍ଭ କରିଛନ୍ତି । ସେପଟେ ଚୋରି ହୋଇଥିବା ଅଳଙ୍କାର ଓ ଦାନ ହୁଣ୍ଡି ଅର୍ଥ ପାଖାପାଖି ୧ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।

Comments (0)
Add Comment