କୋଟଗଡ଼ ଅଭୟାରଣ୍ୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ବାଲିଗୁଡ଼ା,୬/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି । କୋଟଗଡ଼ ବନାଞ୍ଚଳ ଅଭୟାରଣ୍ୟ ଭାବେ ବେଶ୍‌ ପରିଚିତ । ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଥିବା ସହ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳେ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା କୋଟଗଡ଼ ଜଗନ୍ନାଥ ମନ୍ଦିର ନିକଟରେ ଏକ ପଥପ୍ରାନ୍ତ ନାଟକ ମାଧ୍ୟମରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନବିଭାଗର ଏଭଳି ପ୍ରୟାସକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଥିବା ବେଳେ ଜଙ୍ଗଲ ନଷ୍ଟ ନକରିବା, ଜଙ୍ଗଲରେ ନିଆଁ ନଲଗାଇବା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କରେ ଆଗାମୀ ଦିନରେ ବନାଞ୍ଚଳର ସମସ୍ତ ଅଞ୍ଚଳରେ ଏଭଳି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି କହିଛନ୍ତି କୋଟଗଡ଼ ବନାଞ୍ଚଳ ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା ।

ଅନ୍ୟପଟେ କୋଟଗଡ଼ ବନାଞ୍ଚଳର ଫରେଷ୍ଟର ପ୍ରଭାତ କୁମାର ଦୋରା,କୁର୍ତ୍ତିବାସ କୁମାର, ସୁଶାନ୍ତ ବୈଶାଖିଙ୍କ ସମେତ ବନାଞ୍ଚଳ ଅଧିନରେ ଥିବା ୫ଟି ସେକ୍ସନର ସମସ୍ତ ବନ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ବେଳେ ଫରେଷ୍ଟର ପ୍ରଭାତ କୁମାର ଦୋରାଙ୍କ ନିର୍ଦ୍ଦେଶନାରେ ଏହି ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।

Comments (0)
Add Comment