ବାଲିଗୁଡ଼ା,୨୨/୦୧- କନ୍ଧମାଳ ଜିଲ୍ଲା ବାଲିଗୁଡ଼ାଠାରେ ୩୨ ତମ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଆଦିବାସୀ କଲେଜଛକ ନିକଟରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଜପତାକା ଦେଖାଇ ଏକ ସଚେତନ ରଥ ଓ ରାଲିର ଶୁଭାରମ୍ଭ କରିଥିଲେ । କଲେଜ ଛକରୁ ହାତରେ ସଡ଼କ ସୁରକ୍ଷା ପ୍ଲାକାର୍ଡ ଧରି ଶତାଧିକ ଛାତ୍ରଛାତ୍ରୀ ରାଲିରେ ବାହାରି ସ୍ଥାନୀୟ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ସଡ଼କ ସୁରକ୍ଷା ସଚେତନତା ସଙ୍ଗୀତ ପରିବେଷଣ କରାଯାଇଥିଲା । କନ୍ଧମାଳ ଏମଭିଆଇ ଶ୍ରୀଯୁକ୍ତ ସାମନ୍ତରାୟ ମୋଟର ଆଇନ୍ ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ସହ ଗାଡ଼ି ଚଳାଇବା ସମୟରେ କିଭଳି ସତର୍କତା ଅବଲମ୍ବନ କରିବାକୁ ହେବ ସେନେଇ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର, ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ଘରୋଇ ମୋଟର ମାଲିକ ସଂଘର ସମ୍ପାଦକ ରବି ଚନ୍ଦ୍ର ପାତ୍ର, ଏନ୍ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଶାନ୍ତି ମୈତ୍ରୀ ଅନୁଷ୍ଠାନର ସଂପାଦକ ଭଗବାନ ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କ ସମେତ ବହୁ ମୋଟର ମାଲିକ ସାମିଲ ହୋଇଥିଲେ ।