କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା:କୋଭିଡ୍‌ ନିୟମ ଉଲଘଂନ ଅଭିଯୋଗରେ ଦୁଇଟି ଦୋକାନ ସିଲ୍

ବାଲିଗୁଡ଼ା,୧୭/୪:କରୋନା ଦ୍ୱିତୀୟ ଲହରୀରେ ସାରା ଦେଶରେ ହୁ ହୁ ହୋଇ ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି । ସଂକ୍ରମଣ ରୋକିବାକୁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେବାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସ୍ଥିତିରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି । ଅଞ୍ଚଳରେ ସାମାଜିକ ଦୂରତା ଓ ମାସ୍କ ଚେକିଂ କଡ଼ାକଡ଼ି କରାଯାଇଛି । କୋଭିଡ୍‌ ନିୟମ ଉଲଘଂନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଆଜି ଦୁଇଟି ଦୋକାନ ସିଲ୍‌ କରାଯାଇଥିବାବେଳେ ଅମାନିଆଙ୍କ ନିକଟରୁ ୨୯୦୦ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡ଼ିଛି । ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ବଢ଼ିବାରେ ଲାଗିଛି ଏଣୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏଥିସହିତ ଅମାନିଆଙ୍କ ନିକଟରୁ ଫାଇନ୍‌ ଆଦାୟ କରାଯାଉଥିବା କହିଛନ୍ତି ବାଲିଗୁଡ଼ା ତହସିଲଦାର ଶଶାଙ୍କ ପାତ୍ର ।

Comments (0)
Add Comment