କାର୍‌ ଦୁର୍ଘଟଣାରେ ଜଣେ ମୃତ

ବାଲିଗୁଡା,୬/୨: କୁହୁଡ଼ି ହେଲା କାଳ । ରାସ୍ତା ଦେଖାନଯିବାରୁ କାର୍‌ ଦୁର୍ଘଟଣା ଗ୍ରସ୍ତ ।କନ୍ଧମାଳ ଜିଲ୍ଲା କ.ନୂଆଗାଁ ନିକଟସ୍ଥ ଏଫ୍‌ସିଆଇ ଗୋଦାମ ନିକଟରେ ଏକ ହୋଣ୍ଡାଇ କାର୍‌ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇ ପ୍ରଥମେ ବାଲିଗୁଡା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି । ମୃତକ ଜଣକ ହେଲେ ବାଲିିଗୁଡାର ସନ୍ତୋଷ କୁମାର ପାଣିଗ୍ରାହୀ । ସେ ବର୍ତ୍ତମାନ ଦାରିଙ୍ଗବାଡ଼ିର ଏକ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗୁରୁତର ମହିଳା ଜଣଙ୍କ ହେଲେ ମୃତ ଶିକ୍ଷକଙ୍କ ଧର୍ମପତ୍ନୀ ମଞ୍ଜୁଲତା ସାହୁ । ସୂଚନା ପ୍ରକାରେ ବାଲିଗୁଡ଼ାରୁ ରୁଟିନ୍‌ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇ ବାଲିଗୁଡ଼ା ଫେରୁଥିବାବେଳେ ଆଜି ସକାଳ ପ୍ରାୟ ୫ଟା ରୁ ୬ଟା ମଧ୍ୟରେ କ.ନୂଆଗାଁ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Comments (0)
Add Comment