ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୬ତମ ଜନ୍ମଜୟନ୍ତୀ ପାଳିତ

ବାଲିଗୁଡ଼ା,୫/୩: ଝଡ଼ର ଇଗଲ୍‌ ସେ । ଆଜି ପ୍ରବାଦ ପୁରୁଷ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପାଳନ ହୋଇଯାଇଛି । ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୂଆଗାଁ, ବାଲିଗୁଡ଼ା, କୋଟଗଡ଼ ଓ ତୁମୁଡ଼ିବନ୍ଧ ଚାରୋଟି ବ୍ଲକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ବିଜୁବାବୁଙ୍କୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକର ସଭାପତି, ନେତା, କର୍ମୀ ଓ ନବ ନିର୍ବାଚିତ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଲୋକକଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା । ତାଙ୍କର ପ୍ରତିଟି କାମଥିଲା ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ଓ କର୍ମୀ । ଏହି ଅବସରରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁରଙ୍କ ଅଧ୍ୟକ୍ଷତାରେ କ.ନୂଆଗାଁ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ କୃଷ୍ଣମୋହନ ପାଣିଗ୍ରାହୀ, ବାଲିଗୁଡ଼ା ବ୍ଲକ୍‌ ସଭାପତି ଟୁନା ଦାସ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହ,ନବ ନିର୍ବାଚିତ ଚାରିଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଶିଷ ଦିଗାଲ, ନନ୍ଦିନୀ ମଳିକ, ନବୀନ ପାତ୍ର ଓ ଅନିତା ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଓ ଯୁବ ନେତାଙ୍କ ସମେତ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ରହି ବିଜୁବାବୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ବିଜୁବାବୁଙ୍କ ସୃତିଚାରଣ କରିଥିଲେ । ଏଥିସହିତ ବିଜୁବାବୁଙ୍କ ସୁପୁତ୍ର ସାଢେଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବି ଯେଉଁସବୁ ବିକାଶମୁଳକ କାର୍ଯ୍ୟ କରୁଛନ୍ତି ସେଥିରେ ସମସ୍ତେ ସହଯୋଗ କରି ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାପାଇଁ ସମସ୍ତେ ସଙ୍କଳ୍ପ କରିଥିଲେ ।

Comments (0)
Add Comment