ଭିନ୍ନଭିନ୍ନ ମାମଲାରେ ତିନିଜଣ ଭେଟେରାନ ଅପରାଧୀ ଗିରଫ

ବାଲିଗୁଡ଼ା,୨୮/୭- ଭିନ୍ନଭିନ୍ନ ଦୁଇଟି ମାମଲାରେ ତିନିଜଣ ଭେଟେରାନ ଅପରାଧିଙ୍କୁ ଗିରଫ କରିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ୍‌ । ଗିରଫ ତିନିଜଣ ଦାରିଙ୍ଗିବାଡ଼ି ଥାନା କୁମ୍ଭାରବାଡ଼ି ନୂଆସାହିର ସୁନିଲ ପ୍ରଧାନ, ଭବରେଙ୍ଗା ଗ୍ରାମର ଦିଲ୍ଲୀପ ପ୍ରଧାନ ଓ ଡମକ୍ଲିୟୁ ଗ୍ରାମର ବାପି ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୁନିଲ ଓ ଦିଲ୍ଲୀପ ନିକଟରୁ ଗୋଟିଏ ଚୋରି ଏଲଇଡି ଟିଭି ଓ ବାପି ନିକଟରୁ ଗୋଟିଏ ଏୟାର ପିସ୍ତଲ ଜବତ କରିଛି ପୋଲିସ୍‌ । ସୂଚନା ପ୍ରକାରେ ଗତ ୦୫.୦୩.୨୦୧୯ ରିଖରେ ଦାରିଙ୍ଗବାଡି ଥାନା ପର୍ତ୍ତମାହା ପଞ୍ଚାୟତର କେର୍କେବାଡ଼ି ଗ୍ରାମର ପାଣ୍ଡବ ପ୍ରଧାନ ନାମକ ଜଣେ ବ୍ୟକ୍ତି ଘରେ ନଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଏଲଇଡି ଟିଭି,ସୁନା, ଟଙ୍କା, ଲୁଗା ଆଦି ସାମଗ୍ରୀ ଚୋରି ହୋଇଥିବା ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ପୋଲିସ୍‌ ତଦନ୍ତ କରି ସୁନିଲ ପ୍ରଧାନ ଓ ଦିଲ୍ଲୀପ ପ୍ରଧାନକୁ ଗିରଫ କରି ସେମାନଙ୍କ ନିକଟରୁ ଚୋରି ଟିଭି ଜବତ କରିବାସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ସେହିଭଳି ଆଉଏକ ମାମଲା ଯାହାକି ଗତ ୧୩ ତାରିଖ ରାତି ପ୍ରାୟ ୯ଟା ସମୟରେ ଭ୍ରମର ବାଡ଼ି ଗ୍ରାମର ନିଧିଆ ସାହୁ ନାମକ ଜଣେ ବ୍ୟବସାୟୀ ଦେ।କାନରେ ଥିବା ସମୟରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ (୧୦୦୦୦) ଦଶହଜାର ଟଙ୍କା ମାଗିଥିଲା ଡମପ୍ଲିୟୁ ଗ୍ରାମର ବାପି ପ୍ରଧାନ । ଟଙ୍କା ନାହିଁ କହିବାରୁ ମୋର ଜବରଦସ୍ତି ୧୦୦୦ଟଙ୍କା ଛଡ଼ାଇ ନେଇଥିବା ବେଳେ ବଳକା ଟଙ୍କା ନଦେଲେ ଯିବନରେ ମାରିଦେବାକୁ ଧମକ ଦେଇଥିବା ଦାରିଙ୍ଗବାଡି ଥାନାରେ ଅଭିଯୋଗ କରିଥିଲେ ନିଧିଆ ସାହୁ । ଅଭିଯୋଗ ପ୍ରକାରେ ତଦନ୍ତ କରି ବାପି ପ୍ରଧାନକୁ ଗିରଫ କରି ତା ନିକଟରୁ ଏକ ଏୟାର ପିସ୍ତଲ ଜବତ କରିଛି ଏବଂ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଏହି ଅଭିଯୁକ୍ତ ମାନଙ୍କୁ ଧରିବାରେ ଥାନାର ବିଭିନ୍ନ ଅଫିସର ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି କହିଛନ୍ତି ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀ ।

Comments (0)
Add Comment