କନ୍ଧମାଳକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ଦୁଇଟି ପ୍ରକଳ୍ପକୁ ୧୮୬କୋଟି ମଞ୍ଜୁରୀ

ବାଲିଗୁଡ଼ା,୧୦/୨: ଗାଁ ଠୁ ସହର ସବୁଠି ଜାରି ରହିଛି ବିକାଶର ଧାରା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଜନ୍ମଠୁ ମୃତ୍ୟୁପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରିଛନ୍ତି । ପଛୁଆ ଅଞ୍ଚଳରେ କିଭଳି ଆହୁରି ଅଧିକ ବିକାଶ ହୋଇପାରିବ ଏବଂ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ସରକାରଙ୍କ ସମସ୍ତ ଯୋଜନାର ସୁଫଳ କିଭଳି ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ କନ୍ଧମାଳକୁ ଆଉ ଏକ ଭେଟି ଦେଇଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଟିକାବାଲି ବ୍ଲକର ୩୨୯ଟି ଗ୍ରାମରେ ୧ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣଙ୍କ ପାଇଁ ଦୁଇଟି ପାନୀୟ ଜ ଯୋଗାଣ ପ୍ରକଳ୍ପ ପାଇଁ ୧୮୬କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଅଞ୍ଚଳବାସୀ ବେଶ୍‌ ଉତ୍ସାହିତ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୁଇଟି ବ୍ଲକର ୩୨୯ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । କ୍ୟାବିନେଟ୍‌ରେ ରାଜ୍ୟରେ ଆଠଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ସେଥିମଧ୍ୟରୁ କନ୍ଧମାଳକୁ ମିଳିଛି ଦୁଇଟି ପ୍ରକଳ୍ପ । ଦୁଇଟି ବ୍ଲକର ୧ଲକ୍ଷରୁ ଉର୍ଦ୍ଧ୍ୱ ଜନସାଧାରଣ କିଭଳି ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଅଗାଢ଼ ପ୍ରଚେଷ୍ଟା । ପୂର୍ବରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ କନ୍ଧମାଳକୁ ବହୁତ କିଛି ଦେଇଛନ୍ତି କନ୍ଧମାଳ ପ୍ରତି ଏଭଳି ଶୁଭ ଦୃଷ୍ଟି ରହିଥିଲା ଏବଂ ଆମ୍ଭମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସାଥିରେ ଅଛୁ ବୋଲି କହିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ । ଏହି ପ୍ରେସବିଜ୍ଞପ୍ତି ବେଳେ ବିଧାୟକ ଓ ଜିଲ୍ଲା ବିଜେଡ଼ି ସଭାପତିଙ୍କ ସମେତ ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ବାଲିଗୁଡ଼ା ବ୍ଲକ୍‌ ସଭାପତି ଟୁନା ଦାସ, ବରିଷ୍ଠ ଆଇନଜୀବି ସେକ୍‌ ସାଦିକ୍‌, ତୁମୁଡ଼ିବନ୍ଧ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁଙ୍କ ସମେତ ବହୁ ବରିଷ୍ଠ ବେଜିଡ଼ି କର୍ମୀ ଉପସ୍ଥିତ ଥିଲେ ।

Comments (0)
Add Comment