ମହାସିଙ୍ଗିରେ ଅଘଟଣ, ନଦୀରେ ବୁଡ଼ି ଜଣେ ମୃତ

ବାଲିଗୁଡ଼ା,୩/୨: ଗୋଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ମହାସିଙ୍ଗି ଖଡ଼ଗ ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକ ଜଣକ ମହାସିଙ୍ଗି ଗ୍ରାମର ସୁବାଷ ଗାଉଁଟିଆ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ମୃତ ସୁବାଷ ମହାସିଙ୍ଗି ଗ୍ରାମ ଦେଇ ଯାଇଥିବା ଖଡ଼ଗ ନଦୀକୁ ଗୋଧୋଇବାକୁ ଯାଇଥିଲେ । ସେଠାରେ ଅସାବଧାନତା କାରଣରୁ ନଦୀପଠାରେ ଥିବା ପଥରରୁ ଗୋଡ଼ ଖସି ନଦୀରେ ବୁଡ଼ି ଯାଇଥିଲେ ଫଳରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକେ ଦେଖି ବାଲିଗୁଡ଼ା ପୋଲିସ୍‌ ଓ ଅଗ୍ନୀଶମ ବାହିନୀଙ୍କୁ ଖବର ଦେବାପରେ ଉଭୟେ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ସୁବାଷଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment