ବାଲିଗୁଡ଼ା,୮/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ନିକଟସ୍ଥ ଇଣ୍ଡିଆନ୍ ଅଏଲ ତେଲଟାଙ୍କି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ମଇଁଷିଟିଏ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲା । ବାଲିଗୁଡ଼ାର ଟିମ୍ ହେଲ୍ପ ଗ୍ରୁପର ରାମାନନ୍ଦ ଘଡେଇ ସେହି ବାଟଦେଇ କୌଣସି କାମରେ ଯାଉଥିବା ବେଳେ ମଇଁଷିଟିର ଏଭଳି ଅବସ୍ଥା ଦେଖି ଅଟକି ଯାଇଥିଲେ ଏବଂ ଟିମ୍ ହେଲ୍ପ ଗୃପର ସଦସ୍ୟମାନଙ୍କୁ ଘଟଣାସ୍ଥଳକୁ ଡ଼କାଇଥିଲେ । ମଇଁଷଟିକୁ ଚିକିତ୍ସା କରାଇବା ପାଇଁ ପ୍ରାଣୀଧନ ଚିକିତ୍ସାଳୟକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ଶେଷରେ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ଡକାଇବାସହ ପ୍ରାଣୀଚିକିତ୍ସକଙ୍କୁ ମଧ୍ୟ ସେଠାକୁ ଡକାଇ ମଇଁଷିଟିର ଚିକିତ୍ସା କରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମଇଁଷିଟିର ମାଲିକ ବିଷୟରେ କୌଣସିି ସନ୍ଧାନ ମିଳିନାହିଁ । କିନ୍ତୁ ଟିମ୍ ହେଲ୍ପ ଗୃପର ସଦସ୍ୟମାନେ ଦୈନନ୍ଦିନ ସେଠାକୁ ଯାଇ ମଇଁଷିର ସ୍ୱାସ୍ଥ୍ୟବସ୍ଥା ଦେଖାଶୁଣା କରୁଛନ୍ତି । ଟିମ୍ ହେଲ୍ପ ଗୃପର ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି ।