ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର

ବାଲିଗୁଡ଼ା,୧୦/୨: ଭିଜିଲାନ୍ସ ଜାଲରେ ବନବିଭାଗର ବନାଞ୍ଚଳ ଅଧିକାରୀ । ଆୟ ବହିର୍ଭୁତ ସଂପତ୍ତିିଠୁଳ ଅଭିଯୋଗରେ ଚଢ଼ାଉ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କ.ନୂଆଁଗା ବନାଞ୍ଚଳ ଅଧିକାରୀ ବୈରାଗି ଚରଣ ବେହେରାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଆଜି ସକାଳୁ ସକାଳୁ ଭିଜିଲାନ୍ସ ଚଢାଉ ଜାରି ରଖିଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡିଶା ରାଜ୍ୟ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲ୍ଲାନ୍ସ । କ.ନୂଆଁଗା ରେଞ୍ଜ୍‌ ଅଫିସ୍‌ ସମେତ କ୍ୱାଟର ଓ ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଦୁଇଟି ଓ ବୈାଦ୍ଧ ଜିଲ୍ଲାର ଘରେ ୪ଜଣ ଡି.ଏସ୍‌.ପି, ୭ଜଣ ଇନିସପେକ୍ଟର ସମେତ ଅନ୍ୟ କର୍ମଚାରୀମାନେ ସାମିଲଥିବା ଜଣାପଡିଛିି । କ.ନୂଆଁଗାରେ କନ୍ଧମାଳ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଚଢ଼ାଉ ଚାଲିଥିବା ଜଣାପଡ଼ିଛି ।

Comments (0)
Add Comment