ବାଲିଗୁଡ଼ା ପୋଲିସ୍‌କୁ ଗୋଟିଏ ଦିନରେ ଦୁଇ ଦୁଇଟି ସଫଳତା ଚୋରାଚାଲାଣ ବେଳେ କାର୍‌ ସହ ୬୦କେଜିରୁ ଉର୍ଦ୍ଧ୍ୱ ଓଜନର ଗଞ୍ଜେଇ ଜବତ, ୫ଜଣ ଗିରଫ

ବାଲିଗୁଡ଼ା,୨୮/୯: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌କୁ ମିଳିଛି ପୁଣି ସଫଳତା । ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ୬୦କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇଇ ଜବତ କରିଛି ବାଲିଗୁଡ଼ା ପୋଲିସ୍‌ । ଚାଲାଣରେ ବ୍ୟବହୃତ କାର୍‌ ଜବତ କରିବାସହ ଦୁଇଟି ଘଟଣାରେ ପାଞ୍ଚ ଜଣ ଚାଲାଣ କାଳୀଙ୍କୁ ଗିରଫ କରିଛି ପୋଲିସ୍‌ । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ୍‌ ବେଳେ ଗୋଟିଏ ଗଞ୍ଜେଇ ଭର୍ତ୍ତି ରିନଲ୍ଟ କାର୍‌ ଜଔ ୧୧ଉଇ- ୩୧୯୮ ପୋଲିସ୍‌ ହାତରେ ଲାଗିଥିଲା । କାର୍‌ରୁ ୩୦କେଜି ୫୦୦ଗ୍ରାମ୍‌ ଗଞ୍ଜେଇ ସହ ତିନିଜଣ ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍‌ । ଗିରଫ ତିନିଜଣ ହେଲେ ମଧ୍ୟପ୍ରଦେଶ ସାହାଜପୁର ଅଞ୍ଚଳର ରାମଚନ୍ଦ୍ର ବେରାଗୀ, ବୌଦ୍ଧ ଜିଲ୍ଲା ବନ୍ଧପଡ଼ା ଅଞ୍ଚଳର ଇନ୍ଦ୍ରଜିତ୍‌ କହଁର ଓ ବାଲିଗୁଡ଼ା ଥାନା ଡୁଡ଼ୁଗୁମ୍‌ ଅଞ୍ଚଳର ଦୁଖିଶ୍ୟାମ ମଲ୍ଲିକ ବୋଲି ଜଣାପଡ଼ିଛି । ଅନ୍ୟପଟେ ପୁଣି ସନ୍ଧ୍ୟା ସମୟରେ ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ବେଳେ ମହାସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୁଇଜଣ ଗଞ୍ଜେଇ ବେପାରୀ ଅନ୍ୟ ଜିଲ୍ଲାରୁ ଆସିଥିବା ଗଞ୍ଜେଇ ମାଫିଆଙ୍କୁ ଗଞ୍ଜେଇ ଯୋଗାଇଦେବା ଅପେକ୍ଷାରେ ଥିବାବେଳେ ପୋଲିସ୍‌ ପକ୍ଷରୁ ଚଢ଼ାଉ କରାଯାଇଛି । ୩୦କେଜି ୩୦୦ଗ୍ରାମ୍‌ ଗଞ୍ଜେଇ ସହ ଦୁଇଜଣ ଗଞ୍ଜେଇ ବେପାରୀଙ୍କୁ ପୋଲିସ୍‌ ଗିରଫ କରିବାବେଳେ ପୋଲିସ୍‌ ଚଢ଼ାଉ ଦେଖି ଅନ୍ୟ ଜିଲ୍ଲାରୁ ଆସିଥିବା ଗଞ୍ଜେଇ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଗିରଫ ଦୁଇ ଗଞ୍ଜେଇ ବେପାରୀ ହେଲେ ବାଲିଗୁଡ଼ା ଥାନା ଡୁଡ଼ୁଗୁମ୍‌ ଅଞ୍ଚଳର ଦେବଦାସ ବିନ୍ଧାଣୀ ଓ ଇନ୍ଦ୍ରଜିତ୍‌ କହଁର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ।

Comments (0)
Add Comment