କରୋନା ଓ ଓମିକ୍ରନ୍‌ ଭୂତାଣୁ ସଂକ୍ରମଣ ସମ୍ବନ୍ଧରେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବାଲିଗୁଡ଼ା: ଦେଶରେ ପୁଣି କାୟା ମେଲେଇଲାଣି କରୋନାର ତୃତୀୟ ଲହର । ଓମିକ୍ରନ୍‌ ଭୂତାଣୁ ଦ୍ରୁତ ଗତିରେ ସଂକ୍ରମଣ ହେବାରେ ଲାଗିଛି । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ପଡ଼ିଲାଣି ଏବଂ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ପୁଣି ନୁଆ ଗାଇଡ୍‌ ଲାଇନ୍‌ ତିଆରି କରାଗଲାଣି । ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଏସଡିପିଓ ଜି.ଆର୍‌.ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଅଞ୍ଚଳରେ ସରକାରଙ୍କ ସମସ୍ତ ନିୟମ ମାନି ଆମେ ଚଳିବା ଏବଂ ଜନସାଧାରଣଙ୍କୁ କିଭଳି ସଚେତନ କରାଇବା ସେନେଇ ଆଲୋଚନା ହୋଇଥିଲା । ଏଥିରେ ଥାନା ଅଧିକାରୀ ବାବାଶଙ୍କର ସରାଫ୍‌, ଗଣମାଧ୍ୟମ ପ୍ରତିନିଧି, ବଣିକ ସଂଘ ସଂପାଦକ ଶ୍ୟାମସୁନ୍ଦର ପାତ୍ର, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ, ଶିକ୍ଷାନିକେତନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ । ଆମେ ସମସ୍ତେ ସଚେତନ ହେଲେ ଅନ୍ୟକୁ ସଚେତନ କରାଇ ପାରିବା ଏବଂ ଆମ ଅଞ୍ଚଳରେ ମହାମାରୀ କରୋନା ଓ ଓମିକ୍ରନ୍‌ ସଂକ୍ରମଣ ଚେନ୍‌ କୁ ଭାଙ୍ଗି ପାରିବା ବୋଲି କହିବା ସହ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି କହିଛନ୍ତି ଏସଡିପିଓ ଜି.ଆର୍‌.ରେଡ୍ଡୀ ।

Comments (0)
Add Comment