ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା

ଭୁବନେଶ୍ୱର: ଆଜି ପଦ୍ମପୁରର ନବନିର୍ବାଚିତ ବିଧାୟିକା ଭାବେ ଶପଥ ନେଲେ ବର୍ଷା ସିଂ ବରିହା । ବିଧାନସଭାରେ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।ଶ୍ରୀମତୀ ସିଂହ ବରିହା ପଦ୍ମପୁର ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କଠାରୁ ପାଇଥିବା ବିଜୟୀ ପ୍ରମାଣପତ୍ର ଦେଖାଇ ବିଧାନସଭାକୁ ପ୍ରବେଶ କରିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କୁ ସଦସ୍ୟ ଭାବେ ଶପଥ ପାଠ କରାଇ ଗୃହକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲା ବିଜେଡି ପରିବାରର ବରିଷ୍ଠ ସଦସ୍ୟ ଭଟଲି ବିଧାୟକ ସୁଶାନ୍ତ ସିଂହ, ଜିଲ୍ଲାର ବହୁ ବିଧାୟକ ଉପସ୍ଥିତ ଥିଲେ । ସୂଚନା ଥାଉକି, ବହୁଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନରେ ୪୨ ହଜାର ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ।

Comments (0)
Add Comment