ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଉ ଦିନଟିଏ ବର୍ଷା ହେବ । ଏ ଲଘୁଚାପ ରାଜ୍ୟରେ ବଡ଼ ବର୍ଷା କରାଇବ ନାହିଁ । ସୋମବାରଠାରୁ ବର୍ଷା ପ୍ରକୋପ କମିବ । ଆସନ୍ତା ୭ ତାରିଖବେଳକୁ ଆଉ ଏକ ଲଘୁଚାପ ସଷ୍ଟି ହେବା ସମ୍ଭାବନା ଅଛି ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଶନିବାର ସକାଳେ ଓଡ଼ିଶା ଉପକୂଳର ଦୂରରେ ଉତ୍ତର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା ଲଘୁଚାପ । ଏହା କ୍ରମଶଃ ବିସ୍ତୃତ ହେବା ସହ ଦକ୍ଷିଣ ଆଡ଼କୁ ଯାଇ ୩୦ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଉପକୂଳ ପାଖରେ ରହିବ । ତା’ପରେ ନାଗପୁର ଦେଇ ରାଜସ୍ଥାନ ଆଡ଼କୁ ମୁହାଁଇବା ଆକଳନ କରାଯାଉଛି । ଆକଳନ କରାଯାଉଛି, ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ବା ଆଂଶିକ ମେଘୁଆ ରହିବ । ୨୯ରେ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ମଧ୍ୟମ ଧରଣର ଓ ୩୦ରେ ଉପକୂଳ ଓ ଦକ୍ଷିଣ/ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (୨୫ ମିମି ପର୍ଯ୍ୟନ୍ତ) ହୋଇପାରେ ।