ବୌଦ୍ଧ/ବାଉଁଶୁଣୀ,୨୬/୯- ଆଜି ସକାଳେ ବୌଦ୍ଧବ୍ଲକ୍ ବାଉଁଶୁଣୀ ଛକ ନିକଟରେ ଥିବା ଗୋଟିଏ ଭେରାଇଟି ଷ୍ଟୋରରେ କେହି ଜଣେ ଜାଲ୍ ଦୁଇ ହଜାର ଟଙ୍କିଆ ନୋଟ ଦେଇ ଫେରାର ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଛକ ନିକଟରେ ଥିବା ମାହେଶ୍ୱରୀ ଭେରାଇଟି ଷ୍ଟୋରର ମାଲିକ ଚିତ୍ତ ରଞ୍ଜନ ମହାରଣାଙ୍କ ଅନୁପସ୍ଥିତ ସମୟରେ ତାଂକର ବାପା ଦୋକାନ ଜଗିଥିଲେ । ଆଜି ସକାଳ ପ୍ରାୟ ୭ ଘଣ୍ଟା ସମୟରେ ବାଇକ ଯୋଗେ ଆସି ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପୁଅ ପାଖରୁ ୧୩୦୦ ଟଂକା ଧାର ନେଇ ଥିବା କହି ତାଙ୍କୁ ଦୁଇ ହଜାର ଟଙ୍କା ଦେଇ ପରିଶୋଧ କରିଥିଲେ । ବାକି ଟଂକା ଫେରସ୍ତ ନେଇ ଅପରିଚିତ ବ୍ୟକ୍ତି ଚାଲି ଯାଇଥିଲେ । ଚିତ୍ତ ଦୋକାନକୁ ଆସି କେହି ଜଣେ ୧୩୦୦ ଟଂକା ପରିଶୋଧ କରିଥିବା ବାପାଙ୍କ ଠାରୁ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ । ଦୁଇ ହଜାର ଟଙ୍କିଆ ନୋଟ ଜାଲ୍ ଥିବା ଜାଣି ଅଭିଯୋଗ କରିବାକୁ ବାଉଁଶୁଣି ଥାନାକୁ ଯାଇଥିଲେ । ଥାନା ଆଇ. ଆଇ. ସି. ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା ଅଧିକାରୀ ଅଭିଯୋଗ ରଖିବାକୁ ମନା କରିବାରୁ ସେ ଚାଲି ଆସିଥିବା ଜଣାପଡିଛି । ଜାଲ୍ ନୋଟ ଦେଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ ।