ବାତ୍ୟା ‘ୟାସ’ ପ୍ରଭାବିତ ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍‌ ବଣ୍ଟନ କାର୍ଯ୍ୟକ୍ରମ: ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତକଲେ ପ୍ରଣବ ବଳବନ୍ତରାୟ ଏବଂ ଦେବୀରଞ୍ଜନ ତ୍ରିପାଠୀ

ଭୁବନେଶ୍ୱର,୨୭/୫- ବାତ୍ୟା ‘ୟାସ’ ପ୍ରଭାବିତ ଜିଲ୍ଲାମାନଙ୍କରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍‌ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କରି ରିଲିଫ୍‌ ବଣ୍ଟନ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି । ଉଭୟେ ପ୍ରଥମେ ବାଲେଶ୍ୱର ଜିଲ୍ଲା ଗ୍ରସ୍ତକରି ୟାସ୍‌ ବାତ୍ୟା ପ୍ରଭାବିତ ସମସ୍ତ ଅଂଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ ରିଲିଫ୍‌ ସାମଗ୍ରୀ ବଣ୍ଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଣବ ବଳବନ୍ତରାୟ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ସର୍ବଦା ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଂକଳ୍ପବଦ୍ଧ । ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଭାବିକ ପରିସ୍ଥିତି ଫେରି ଆସିବା ପର୍ଯ୍ୟନ୍ତ ଏହି ରିଲିଫ୍‌ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ଯୁବ ଛାତ୍ର ନେତୃବୃନ୍ଦଙ୍କ ସାମାଜିକ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ବିଜେଡି ଛାତ୍ର ସଭାପତି ଶ୍ରୀ ତ୍ରିପାଠୀ ରିଲିଫ୍‌ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତ ଛାତ୍ରନେତା ମାନଙ୍କୁ ଉତ୍ସାହିତ କରିଥିଲେ ।

Comments (0)
Add Comment