ଭୁବନେଶ୍ୱର,୨୭/୭- ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଏକ ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରାଜକୁମାର ଶର୍ମାଙ୍କୁ କୃଷି ଉତ୍ପାଦ କମିଶନର ଭାବେ ନୂଆ ନିଯୁକ୍ତି ଦିଆଯାଇଛି । ସେହିପରି ଅନୁ ଗର୍ଗଙ୍କୁ ଜଳସଂପଦ ବିଭାଗର ସଚିବ ଭାବେ ବଦଳି କରାଯାଇଛି । ଏଥିସହ ସେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ତୁଲାଇବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ସତ୍ୟବ୍ରତ ସାହୁଙ୍କୁ ବଦଳି କରାଯାଇଥିବାବେଳେ ସୁରେନ୍ଦ୍ର କୁମାରଙ୍କୁ ଖଣି ଓ ଇସ୍ପାତ ବିଭାଗ ଓ ଚିତ୍ରା ଅରୁମୁଗମଙ୍କୁ ଶ୍ରମ ଓ ଇଏସ୍ଆଇ ବିଭାଗର ସଚିବ ପଦକୁ ବଦଳି ହୋଇଛି ।