ଭୁବନେଶ୍ୱର,୯/୫- ଆଜି ପ୍ରତ୍ୟୁଷରୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ରାଉରକେଲାରେ ପହଞ୍ଚି କୋଭିଡସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ସେ ବରଗଡ ଗସ୍ତକରି ସେଠାରେ ମଧ୍ୟ କରୋନା ସ୍ୱାସ୍ଥ୍ୟ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ଶ୍ରୀ ତ୍ରିପାଠୀଙ୍କ ସହିତ ପ୍ରମୁଖ ସଚିବ ଅନୁ ଗର୍ଗ ଓ ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗସ୍ତରେ ସାମିଲ ଥିଲେ । ରାଜ୍ୟରେ ବିଶେଷକରି ପଶ୍ଚିମ ଓଡିଶାରେ କୋଭିଡ ସ୍ଥିତି ସଙ୍ଗୀନହେବା ପରେ ଶ୍ରୀ ତ୍ରିପାଠୀଙ୍କ ଗସ୍ତକୁ ଗୁରୁତ୍ୱ ଦିଆଯାଇଛି । ଏହାଛଡା ଗତକାଲି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବରଗଡ ଗସ୍ତକରି ଏକ ବୈଠକ କରିଥିଲେ ।