ଭୁବନେଶ୍ୱର ୯/୫- କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ଡାଉନ୍ ଜାରି ରହିଛି ।
ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟ ର ସମ୍ମୁଖୀନ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ଷାଠିଏ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା , କଟକ ,ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା ,ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନ ଏ ସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।