ଦରଦାମ ବୃଦ୍ଧି ବେଡି ଉପରେ କୋରଡ଼ା

ଭୁବନେଶ୍ୱର,୯/୫- ଭାରତରେ ଯେବେ ଏନଡିଏ ସରକାର ଆସିଲା, ଦରଦାମ ନିୟନ୍ତ୍ରଣର ଆଶ୍ୱାସନା ଦେଇଥିଲା । ଡିଜେଲ ଓ ପେଟ୍ରୋଲ ଦର ମୂଲ୍ୟ ବୁଦ୍ଧି ହେବ ନାହିଁ । ହେଲେ ଦୁର୍ଭାଗ୍ୟର କଥା, ଗତ ବଜେଟ ଅଧିବେଶନରେ ଡିଜେଲ ଓ ପେଟ୍ରୋଲରେ ଅଧିକ ସେସ ଲଦି ଦିଆଗଲା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କହିଥିଲେ ସେସର ପ୍ରଭାବ ଡିଜେଲ ଓ ପେଟ୍ରୋଲ ଦରରେ ପଡ଼ିବ ନାହିଁ । ହେଲେ ଲଗାତାର ଭାବେ ମୂଲ୍ୟ ବୃଦ୍ଧି ହୋଇ ଚାଲିଛି । ଅଧିକ ଦୁର୍ଭାଗ୍ୟ କଥା ୫ ରାଜ୍ୟ ନିର୍ବାଚନ ଘୋଷଣା ହେଲାବେଳେ ଡିଜେଲ ପେଟ୍ରୋଲ ଦର ସ୍ଥିର ରହିଲା । ହେଲେ ଯେଉଁଦିନ ପଶ୍ଚିମବଙ୍ଗ ଭୋଟ ସରିଲା, ତା ପରଠାରୁ ଲଗାତାର ୪ଥର ଦର ବୃଦ୍ଧି ହୋଇ ଖାଉଟି ଉପରେ ବୋଝ ଲଦି ଦିଆଯାଇଛି । ଅଛେ ଦିନ କହୁଥିବା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଯାଇଛି । କୋରନାର ଘଡିସନ୍ଧି ସମୟରେ ଏହି ଦରବୃଦ୍ଧି ବେଡି ଉପରେ କୋରଡା ସଦୃଶବୋଲି ବିଜେଡି ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା କହିବାସହ କେନ୍ଦ୍ର ସରକାରଙ୍କୁ ଏହା ତୁରନ୍ତ ପ୍ରତ୍ୟାହାର କରିବାକୁ ନିବେଦନ କରିବେ ବୋଲି ପ୍ରକାଶ କରିଛନ୍ତି ।

Comments (0)
Add Comment