ଟାଟା ଟିସିଏସ ପକ୍ଷରୁ ଆପୋଲୋ, ସ୍ପର୍ଶ ହସପିଟାଲକୁ ଭେଣ୍ଟିଲେଟର ସହାୟତା

ଭୁବନେଶ୍ୱର,୨୯/୫: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ସନସ ଏବଂ ଟିସିଏସ( ଟାଟା କନସୁଲଟାନସି ସର୍ଭିସ) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ୱବୋଧ ସ୍ୱରୂପ ଟିସିଏସ ପକ୍ଷରୁ ଏହା ବିଭିନ୍ନ ସମୟରେ ପ୍ରଦାନ କରାଯାଉଥିବା ବେଳେ ଏହି ଅବସରରେ ଆପୋଲୋ ହସପିଟାଲକୁ ୪ଟି ପିବି-୫୬୦ ଭେଣ୍ଟିଲେଟର ପ୍ରଦାନ କରାଯାଉଛି । ଏହା ସହ ସ୍ପର୍ଶ ହସପିଟାଲକୁ ମଧ୍ୟ ୩ଟି ଫିଲିପ୍ସ ଭେଣ୍ଟିଲେଟର ପ୍ରଦାନ କରାଯାଇଛି । କୋଭିଡ-୧୯ ମହାମାରୀ ସମୟରେ ରୋଗୀଙ୍କ ପାଇଁ ଏଭଳି ଅସମୟରେ ସାମାନ୍ୟ ସହଯୋଗ ନିଶ୍ଚୟ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ କାର୍ଯ୍ୟରେ ଉପଯୋଗୀ ହୋଇପାରିବ ବୋଲି ଟିସିଏସ ପକ୍ଷରୁ କୁହାଯାଇଛି । ଆପୋଲୋ ହସପିଟାଲ ଭୁବନେଶ୍ୱର ସିଇଓ ସୁଧିର ଏମ୍‌ ଡିଗିକର ଏବଂ ସ୍ପର୍ଶ ହସପିଟାଲ ସିଇଓ ଚିନ୍ମୟ ମହାପାତ୍ର , ସିଏମଡି ପ୍ରିୟବ୍ରତ ଧିର ଭେଣ୍ଟିଲେଟର ଗ୍ରହଣ କରିବା ଅବସରରେ କୋଭିଡ -୧୯ ମହାମାରୀ ସମୟରେ ଏହି ଭେଣ୍ଟିଲେଟରର ଗୁରୁତ୍ୱ ଥିବା କହିବା ସହ ଟିସିଏସର ଏଭଳି ଜନହିତକାରୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଟିସିଏସ ଭୁବନେଶ୍ୱର ମାନବ ସମ୍ବଳ ବିଭାଗ ମୁଖ୍ୟ କେପି ତ୍ରିପାଠୀ , ପ୍ରଶାସନିକ ମୁଖ୍ୟ ସଂଜୀବ ମହାତୋ ଏଚଆର ପ୍ରତାପ ଏକ୍କା, ବିମଳ କୁମାର ରାଉଳଙ୍କ ଉପସ୍ଥିତିରେ ଏହି ଭେଣ୍ଟିଲେଟର ପ୍ରଦାନ କରାଯାଇଥିଲା । ଏଭଳି ବିପଦ ସମୟରେ ଟିସିଏସ ପକ୍ଷରୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଛୋଟିଆ ସହଯୋଗ ମଧ୍ୟ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀଙ୍କ ଉପକାରରେ ଲାଗିବା ସହ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ସହାୟକ ହୋଇପାରିବ ବୋଲି ଟିସିଏସ ପକ୍ଷରୁ କୁହାଯାଇଛି ।

Comments (0)
Add Comment