ଇଣ୍ଡିଆନ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର୧/୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୪୧ ବର୍ଷପରେ ଇଣ୍ଡିଆନ ହକି ଟିମ୍‌ ବ୍ରିଟେନକୁ ହରାଇ ଅଲଂପିକ ସେମିକୁ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ହକିକୁ ପ୍ରୋତ୍ସାହନ ଦେବାରେ ସମଗ୍ର ଦେଶରେ ଓଡିଶା ଏକମାତ୍ର ରାଜ୍ୟ ଭାବେ ପରିଚିତ ହୋଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ନବୀନ ନିବାସରେ ଟିଭି ପରଦାରେ ଭାରତୀୟ ପୁରୁଷ ହକିର ଦମଦାର ପ୍ରଦର୍ଶନକୁ ଦେଖି ତାଳିମାରି ଅଲଂପିଆନସଙ୍କୁ ଉତ୍ସାହିତ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ଉଭୟ ପୁରୁଷ ଓ ମହିଳା ହକିର ଓଡିଶା ପ୍ରାୟୋଜକ ରାଜ୍ୟ ରହିଛି ।

Comments (0)
Add Comment