ଆଇଏଏସ ସ୍ତରରେ ଛୋଟିଆ ଅଦଳବଦଳ, ପ୍ରଦୀପ୍ତ ମହାପାତ୍ର ହେଲେ ଜଙ୍ଗଲ ଉନ୍ନୟନ ବିଭାଗ ଚେୟାରମ୍ୟାନ

ଭୁୁବନେଶ୍ୱର୧୬/୧୦:- ରାଜ୍ୟସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟିଆ ଅଦଳବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ ପ୍ରଦୀପ୍ତ ମହାପାତ୍ର ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଚେୟାରମ୍ୟାନ ଭାବେ ଅବସ୍ଥାପିତ ହୋଇଛନ୍ତି । ଏହାପୂର୍ବରୁ ଶ୍ରୀ ମହାପାତ୍ର ଅତିରିକ୍ତ ମୁଖ୍ୟ ଶାସନସଚିବ ସ୍ୱାସ୍ଥ୍ୟ ଥିଲେ । ସେହିଭଳି ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ ପରାଗ ଗୁପ୍ତା ପବ୍ଲିକ ଏଣ୍ଟରପ୍ରାଇଜେର୍ସ (ସାଧାରଣ ଉଦ୍ୟୋଗ) ବିଭାଗର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ ବିଜୟ ଆରୋରା ସାଧାରଣ ପ୍ରଶାସନ ଓ ସାଧାରଣ ଉଦ୍ୟୋଗ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ପାଇଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ଗୁପ୍ତା ପୂର୍ବରୁ ଜଙ୍ଗଲ ଉନ୍ନୟନ ନିଗମର ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଶ୍ରୀ ଅରୋରା ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଥିଲେ ।

Comments (0)
Add Comment