ଭୁବନେଶ୍ୱର,୭/୭- ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ୭ ଲୋକକଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି ଯେ ସଂପ୍ରସାରିତ ନୂଆ ମନ୍ତ୍ରୀମଣ୍ଡଳରେ ଆଜି ୪୩ ଜଣ ନୂଆମନ୍ତ୍ରୀ ଶପଥ ଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଅଛନ୍ତି ୭ପ୍ରଶାସକ, ୬ ଡାକ୍ତର, ୫ ଇଞ୍ଜିନିୟର, ୧୩ ଆଇନଜୀବୀ, ଓବିସି ୨୭ ଜଣ, ଏସସି ୧୨ଜଣ, ଏସଟି ୮ଜଣ, ସଂଖ୍ୟାଲଘୁ ୫ଜଣ ଏବଂ ମହିଳା ୧୧ଜଣ ।