ଓଡିଶା ମାରୱାଡି ଯୁବମଞ୍ଚ ଦ୍ୱାରା ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିଜେନ ମେସିନ ଲୋକାର୍ପିତ

ଗତ ୬ ଜୁନ ୨୦୨୧ ଦିନ ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଗେଲ ଇଣ୍ଡିଆର ସାମାଜିକ ଦାୟିତ୍ୱ ପାଣ୍ଠିରୁ ମିଳିଥିବା ସହାୟତାରୁ ୧୦୦ ଟି ବୃହତ ଅକ୍ସିଜେନ ସିଲିଣ୍ଡରର ଲୋକାର୍ପିତ ହୋଇଯାଇଛି । ଅନଲାଇନ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ବରଗଡ଼ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ । ଓଡିଶା ପ୍ରାନ୍ତୀୟ ମାରୱାଡି ଯୁବ ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ ସମସ୍ତ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ୱାରା ସର୍ବଭାରତୀୟ ସ୍ତରରେ ୫୦ଟି ଅକ୍ସିଜେନ ମେସିନର ଲୋକାର୍ପଣ କରାଯାଇଥିଲା । ଏଥି ମଧ୍ୟରୁ ଓଡିଶାକୁ ବିଭିନ୍ନ ଶାଖାକୁ ୧୦ ଟି ମେସିନ ପ୍ରଦାନ କରାଯିବ ।

କ୍ରିପ୍ଟୋ ରିଲିଫ ଇଣ୍ଡିଆ ତରଫରୁ ଆଜି ୧୫ଟି ଅକ୍ସିଜେନ ମେସିନର ଲୋକାର୍ପଣ ମାରୱାଡି ଯୁବ ମଞ୍ଚ କଟକ ଶାଖାର ଆତିଥ୍ୟରେ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ, କ୍ରିପ୍ଟୋର ନିର୍ବାହୀ ଅଧିକାରୀ ପୁନିତ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ସମସ୍ତ କାର୍ଯ୍ୟକ୍ରମରେ ସର୍ବ ଭାରତୀୟ ଅଧ୍ୟକ୍ଷ କପିଳ ଲାଖୋଟିଆ, ଓଡିଶା ପ୍ରାନ୍ତୀୟ ଅଧ୍ୟକ୍ଷ ନରେଶ ଅଗ୍ରୱାଲ, ପ୍ରାନ୍ତୀୟ ମହାମନ୍ତ୍ରୀ ଭବନ୍ତ ଅଗ୍ରୱାଲ, ରାଷ୍ଟ୍ରୀୟ ନିର୍ଦ୍ଦେଶକ ସୁନ୍ଦର ପ୍ରକାଶଙ୍କ ସମେତ ବହୁ ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ, ବହୁ ପୂର୍ବ ପ୍ରାନ୍ତୀୟ ଅଧ୍ୟକ୍ଷ ତଥା ଅନ୍ୟାନ୍ୟ ପ୍ରାନ୍ତୀୟ ଓ ରାଷ୍ଟ୍ରୀୟ ପଦାଧିକାରୀଗଣ ଉପସ୍ଥିତ ଥିଲେ । ଏହି କ୍ରମରେ ବୌଦ୍ଧ ଶାଖାକୁ ଗୋଟିଏ ଅକ୍ସିଜେନ ମେସିନ ଓ କିଛି ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆସିଛି ବୋଲି ପ୍ରାନ୍ତୀୟ ଉପାଧ୍ୟକ୍ଷ କେତନ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି ।

Comments (0)
Add Comment