ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ, ସଞ୍ଜିବ ପଣ୍ଡା କ୍ରାଇମବ୍ରାଞ୍ଚ ଅତିରିକ୍ତ ମହାନିର୍ଦ୍ଦେଶକ ନିଯୁକ୍ତ

ଭୁବନେଶ୍ୱର, ୨୪/୬- ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଏହି କ୍ରମରେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜିବ ପଣ୍ଡାଙ୍କୁ କ୍ରାଇମ ବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାବେଳେ ଯଶୋବନ୍ତ ଜେଠୁଆଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ଗୃହବିଭାଗର ବିଜ୍ଞପ୍ତି ଅନୁଯାୟୀ ୧୯୯୦ ବ୍ୟାଚ ଆଇପିଏସ ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଷଡଙ୍ଗୀ ଓଡିଶା ପୁଲିସ ଗୃହ ନିର୍ମାଣର ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ୧୯୯୨ ବ୍ୟାଚ ଆଇପିଏସ ଲଳିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ୧୯୯୪ ବ୍ୟାଚ ଆଇପିଏସ ସଞ୍ଜିବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ୱ ମିଳିଥିବାବେଳେ ସେ ରାଜ୍ୟ ପରିବହନ କମିଶନର ଭାବେ ଦାୟିତ୍ୱ ନିର୍ବାହ କରୁଥିବାବେଳେ ଏବେ ଅତିରିକ୍ତ ଭାବେ ପୁଲିସ ଗୃହ ନିର୍ମାଣ ନିଗମର ଦାୟିତ୍ୱରେ ରହିବେ । ୧୯୯୪ ବ୍ୟାଚ ଆଇପିଏସ ଯଶୱନ୍ତ ଜେଓୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବାବେଳେ ଶ୍ରୀ ଜେଠୱା ଏଡିଜି, ଆଇନଶୃଙ୍ଖଳା ଦାୟିତ୍ୱରେ ଥିଲେ । ୧୯୯୫ ବ୍ୟାଚ ଆଇପିଏସ ଆର.କେ ଶର୍ମାଙ୍କୁ ଏଡିଜି ଆଇନ ଶୃଙ୍ଖଳା ଦାୟିତ୍ୱ ମିଳିଥିବାବେଳେ ସେ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ । ୧୯୯୬ ବ୍ୟାଚ ଆଇପିଏସ ଅରୁଣ କୁମାର ବୋଥ୍ରାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ମିଳିଛି । ସେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ ସହିତ କ୍ରୁଟ ଦାୟିତ୍ୱରେ ଥିଲେ । ୧୯୯୭ ବ୍ୟାଚ ଆଇପିଏସ ଅସିତ ପାଣିଗ୍ରାହୀଙ୍କୁ ଆଇଜି ଭିଜିଲାନ୍ସ ଦାୟିତ୍ୱ ମିଳିଥିବାବେଳେ ସେ ହୋମଗାର୍ଡ ଓ ଅଗ୍ନିଶମ ଦାୟିତ୍ୱ ତୁଲାଉଥିଲେ ।

Comments (0)
Add Comment