ବିଦ୍ୟୁତ୍ ଆଘାତରେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ

ବୌଦ୍ଧ,୭/୭ – ବୌଦ୍ଧଥାନା ଅନ୍ତର୍ଗତ ଗମ୍ଭାରୀ ପଦର ଗ୍ରାମରେ ବୌଦ୍ଧ ସହରର ଜଣେ ବ୍ୟବସାୟୀଙ୍କ ଗୋଦାମ ନିକଟରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ କିଛି ଦିନ ହେଲା ଶ୍ରମିକ ଭାବରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଆଜି ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗମ୍ଭାରୀ ପଦର ଗ୍ରାମର ଶଶି ଭୁଷଣ ପାଣ୍ଡେ (୫୦ ବର୍ଷ) ନାମକ ଜଣେ ନିର୍ମାଣ ଶ୍ରମିକ ସବୁ ଦିନ ପରି ଅନ୍ୟମାନଙ୍କ ସହ ଆଜି ଗ୍ରାମର ଖମ୍ବେଶ୍ୱରୀ ମନ୍ଦିର ନିକଟରେ ଜଣେ ବ୍ୟବସାୟୀଙ୍କ ଗୋଦାମ ଘର ନିକଟକୁ କାମ କରିବାକୁ ଯାଇଥିଲେ । ଆଜି ସକାଳ ପ୍ରାୟ ଘ.୧୧. ୩୦ ମିନିଟ ସମୟରେ ବାଇଣ୍ଡିଂ ତାର ବାନ୍ଧୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୌଦ୍ଧ ଡାକ୍ତରଖାନାକୁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସୁଚନାଯୋଗ୍ୟ ଯେ ମୃତକଙ୍କ ପତ୍ନୀ ମଧ୍ୟ ସେଠାରେ କାମ କରୁଥିଲେ । ଖବରପାଇ ବୌଦ୍ଧ ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Comments (0)
Add Comment