ଗଜପତିରେ କୃଷି ନିର୍ଦ୍ଧାରଣ କମିଟି ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା କୃଷି ନିର୍ଦ୍ଧାରଣ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି କୃଷି ଓ ଆନୁଷଙ୍ଗିକ ବିଭାଗର ସମସ୍ତ କର୍ମଚାରୀଙ୍କୁ ଚାଷୀରଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଏବଂ ଚାଷୀକୁ ଯେପରି ସୁବିଧାରେ ସାର,ବିହନ,ଔଷଧ ମିଳି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ଏଥି ସହିତ ଚାଷୀ କିପରି ସେମାନଙ୍କର ଉତ୍ପାଦିତ ଫସଲ ଉପଯୁକ୍ତ ମୂଲ୍ୟପାଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁସେ କହିଥିଲେ ଛୋଟ ପୋଖରୀ ନିର୍ମାଣ ଫାର୍ମ ପଣ୍ଡ ଖୋଳିବାକୁ ପରାମର୍ଶ ଦେବାସହ ଏହା କିପରି ଚାଷକାମରେ ଲାଗି ପାରିବ ତାହା ତଦାରଖ କରିବାକୁ ସେ ପରାମର୍ଶ ଦେଇଥିଲେ।ଚଳିତ ବର୍ଷ 86450 ହେକ୍ଟର ଜମିରେ ବିଭିନ୍ନ କିସମର ଅମଳ କରି ବାକୁ ବୈଠକରେ ଯୋଜନା ପ୍ରସ୍ତୁତି କରାଯାଇଥିଲା।ଏଥି ମଧ୍ୟରୁ 28430 ହେକ୍ଟର ଧାନଚାଷ ପାଇଁ ଲକ୍ଷ ରଖା ଯାଇଛି ।ସେହିପରି ମକା ଚାଷ ପାଇଁ 38325ହେକ୍ଟର ମାଣ୍ଡିଆଚାଷ ପାଇଁ 5600 ହେକ୍ଟର,ଡାଲି ଜାତୀୟ ଫସଲପାଇଁ 8455ହେକ୍ଟର ତୈଳବୀଜଜାତୀୟ ଫସଲ ପାଇଁ 2523 ହେକ୍ଟର ଓ ପନିପରିବା ଚାଷ ପାଇଁ 20885 ହେକ୍ଟର ଜମିରେ ଚାଷପାଇଁ ଲକ୍ଷ ରଖାଯାଇଛି ଜିଲ୍ଲା ରେ 37537 ଲକ୍ଷ ଟଙ୍କା କୃଷି ଋଣ ଦେବା ପାଇଁ ଧାର୍ଯ୍ୟ କରାଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଜୟ କୁମାର ମହାନ୍ତି, ଜିଲ୍ଲା ଉଦ୍ୟାନ ଅଧିକାରୀ ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଧିକାରୀ ନବାର୍ଡ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Comments (0)
Add Comment