ପୂଜା ପାଇଁ ଚାନ୍ଦା ନ ଦେବାରୁ ବ୍ୟବସାୟୀଙ୍କୁ ମାଡ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଠାରେ ଦେଖିବାକୁ ମିଳିଛି । ପୂଜା ପାଇଁ ଚାନ୍ଦା ନଦେବାରୁ ଗୁପଚୁପ ବ୍ୟବସାୟୀଙ୍କୁ ମାଡ଼ । ଘଟଣା ଘଟିଛି ଫିରିଙ୍ଗିଆ ବଜାରରେ । ତଳ ପୂଜା କମିଟିର କିଛି ସଦସ୍ୟ ଉପର ମାର୍କେଟର ସନ୍ତୋଷ ସାହାଣୀ ନାମକ ଜଣେ ଗୁପଚୁପ ବ୍ୟବସାୟୀଙ୍କୁ ଚାନ୍ଦା ମାଗିଥିଲେ । ସେ ଚାନ୍ଦା ଦେବାକୁ ମନା କରିବାରୁ ତାଙ୍କୁ ମାରପିଟ କରିଥିଲେ । ଏହାକୁ ନେଇ ଉପର ମାର୍କେଟ ବା ମାଉସୀମା ମାର୍କେଟ କମିଟିର ସଦସ୍ୟମାନେ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଦେବାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ । ଫଳରେ ଆଜି ସକାଳ ୯ ଟାରୁ ମାଉସୀମା ମାର୍କେଟ କମିଟିର ସଦସ୍ୟ ମାନେ ଦୋକାନ ବଜାର ବନ୍ଦ କରିବା ସହ ଫୁଲବାଣୀ ବାଲିଗୁଡ଼ା ରାସ୍ତା ବ୍ଲକ ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇଁ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

Comments (0)
Add Comment